Report Card Odisha

| Daily Odia News

ନିଆଁ ବି ହେବ ମହଙ୍ଗା…..

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

ଦେଶରେ ଆକାଶଛୁଆଁ ତୈଳ ଦର । ଗ୍ୟାସଠୁ ନେଇ ଖାଇବା ତେଲର ଦାମ ହୁହୁ ହୋଇ ବଢୁଛି | ଦିନକୁଦିନ ବଢ଼ି ବଢି ଚାଲିଛି ଅତ୍ୟାବଶ୍ୟକ ସାମଗ୍ରୀର ଦାମ। ଏବେ ଦିଆସିଲି ମହଙ୍ଗା ହେବାକୁ ଯାଉଛି । ଏକ ଟଙ୍କାରେ ମିଳୁଥିବା ଦିଆସିଲିର ମୂଲ୍ୟ ବଢି ଏବେ ଦୁଇ ଟଙ୍କା କରାଯାଇଛି । ଏହି ନୂତନ ଦାମ ଡିସେମ୍ବର ୧ରୁ ଲାଗୁ ହେବ । ପାଞ୍ଚ ପ୍ରମୁଖ ଦିଆସିଲି ଉଦ୍ୟୋଗଙ୍କ ପ୍ରତିନିଧି ସର୍ବସମ୍ମତିକ୍ରମେ ଡିସେମ୍ବର ୧ରୁ ବର୍ଦ୍ଧିତ ଦର ଲାଗୁ କରିବାକୁ ନିଷ୍ପତ୍ତି ନେଇଥିବା ସୂଚନା ମିଳିଛି । ସୂଚନା ଅନୁସାରେ- ଦିଆସିଲି ନିର୍ମାତାକାରୀଙ୍କ କହିବା କଥା ଦିଆସିଲି ପ୍ରସ୍ତୁତିରେ ୧୦ରୁ ଅଧିକ ପ୍ରକାରର କଞ୍ଚାମାଲ ଆବଶ୍ୟକ ପଡିଥାଏ । ହେଲେ ବର୍ତ୍ତମାନ କଞ୍ଚମାଲର ଦାମ ବଢିବାରେ ଲାଗିଛି । ତେଣୁ ନିର୍ମାତାଙ୍କୁ ବର୍ତ୍ତମାନ ସେହି ଦାମରେ ଦିଆସିଲି ବିକ୍ରି କରିବା ସମ୍ଭବ ନୁହେଁ । ଏହାକୁ ଦୃଷ୍ଟିରେ ରଖି ଦିଆସିଲି ମୂଲ୍ୟ ବୃଦ୍ଧି କରାଯାଇଛି |

Breaking News