ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ବର୍ତ୍ତମାନ ସମସ୍ତେ ଡିଜିଟାଲ୍ କରଣଙ୍କୁ ଅଧିକ ପ୍ରଧ୍ୟାନ୍ୟ ଦେଉଛନ୍ତି | ଟ୍ରାଞ୍ଜାକ୍ସନ ପେମେଣ୍ଟ ଠାରୁ ଆରମ୍ଭ କରି ରିଚାର୍ଜ , ସପିଙ୍ଗରେ ବ୍ୟବହାର କରୁଛନ୍ତି ଡିଜିଟାଲ୍ ପେମେଣ୍ଟ ଆପ | ଏହି କ୍ରମରେ ଅନେକ ଡିଜିଟାଲ୍ ପେମେଣ୍ଟ ଆପ ଫୋନ୍ ପେ’ ୟୁଜର୍ସଙ୍କ ଠାରୁ ଲୁଟିବାକୁ ବ୍ୟବସ୍ଥା କରିଛି । ଆଉ ମାଗଣାରେ ବ୍ୟବହାର କରିପାରିବେ ନାହିଁ ଫୋନ୍ ପେ’। ପ୍ରତିଟି ଟ୍ରାଞ୍ଜାକ୍ସନରେ ପେମେଣ୍ଟ ଆପ୍ ଚାର୍ଜ ନେବ ବୋଲି ଜଣାପଡ଼ିଛି । ମୋବାଇଲ୍ ରିଚାର୍ଜ କଲେ ୟୁଜର୍ସ ଚାର୍ଜ ଦେବେ। ଏବେ ଯାଏଁ ଫୋନ୍ ପେ ୟୁଜର୍ସଙ୍କୁ ଅଧିକ କୌଣସି ପ୍ରୋସେସିଂ ଫି ଦେବାକୁ ପଡ଼ୁନଥିଲା। ଫୋନ୍ ପେ’ ବ୍ୟବହାର କରି ମୋବାଇଲ୍ ରିଚାର୍ଜ କରିବା ମହଙ୍ଗା ହୋଇଛି। କାରଣ ପ୍ରତି ଟ୍ରାଞ୍ଜାକ୍ସନ୍ରେ ଏହି ପେମେଣ୍ଟ ଆପ୍ ଏଣିକି ୧-୨ ଟଙ୍କା ଚାର୍ଜ ନେବ । ୫୦ ଟଙ୍କାରୁ ଅଧିକ ରିଚାର୍ଜ କଲେ ହିଁ ଏହି ପ୍ରୋସେସିଂ ଫି ଲାଗୁ ହେବ। ଦେଶରେ ବିମୁଦ୍ରିକରଣ ହେବା ପାଖରୁ ଅନଲାଇନ୍ ନେଣଦେଣ ବଢ଼ିଛି। କରୋନା ମହାମାରୀ ପରଠୁ ଏହାର ବ୍ୟବହାର ବହୁଗୁଣିତ ହୋଇଯାଇଛି। କଣ୍ଟାକ୍ଟଲେସ୍ ଟ୍ରାଞ୍ଜାକ୍ସନ ଉପରେ ସରକାର ଜୋର ଦେଉଥିବା ବେଳେ ଲୋକେ ମଧ୍ୟ ବିଶ୍ବାସ କରୁଛନ୍ତି। ଲୋକମାନେ ଏଟିଏମ ନେଇ ଆଉ ଲମ୍ବା ଧାଡ଼ିରେ ଛିଡ଼ା ହେଉନାହାନ୍ତି କି ପକେଟ୍ରେ ଟଙ୍କା ଧରି ବୁଲିବାକୁ ପଡ଼ୁନାହିଁ । କିନ୍ତୁ ଏହି ସୁବିଧା ପକେଟ୍ ଉପରେ ବୋଝ ହେବାକୁ ଯାଉଛି। ୫୦ ଟଙ୍କାରୁ ଉର୍ଦ୍ଧ୍ବ ରିଚାର୍ଜ ଉପରେ ଫୋନ୍ ପେ’ ପ୍ରୋସେସିଂ ଫି ନେବ । ବଜାରରେ ଏବେ ଅନେକ ପେମେଣ୍ଟ ଆପ୍ ଥିବା ବେଳେ ଲୋକେ ଗୁଗଲ ପେ, ପେଟିଏମ୍ ଏବଂ ଫୋନ୍ ପେ ବ୍ୟବହାର କରିବାକୁ ଅଧିକ ପସନ୍ଦ କରୁଛନ୍ତି । ଗୁଗଲ ପେ ଏବଂ ପେଟିଏମ ଟ୍ରାଞ୍ଜାକ୍ସନ ପାଇଁ ଅଧିକ ଚାର୍ଜ କରିନଥିବା ବେଳେ ଫୋନ୍ ପେ ଏହି ନିୟମ ଲାଗୁ କରିଛି। ତେବେ ମିଳିଥିବା ସୂଚନା ଅନୁସାରେ, ୫୦ ଟଙ୍କାରୁ କମ୍ ରିଚାର୍ଜ ଉପରେ ଆପ୍ କୌଣସି ଚାର୍ଜ ନେବ ନାହିଁ। ୫୦-୧୦୦ ଟଙ୍କା ମଧ୍ୟରେ ରିଚାର୍ଜ ଉପରେ ଏକ ଟଙ୍କା ଏବଂ ତାଠୁ ଅଧିକ ହେଲେ ୨ ଟଙ୍କା ଲାଗିବ। କିନ୍ତୁ ଅନ୍ୟ ଟ୍ରାଞ୍ଜାକ୍ସନ ପୂର୍ବ ଭଳି ମାଗଣା ହୋଇପାରିବ ବୋଲି କମ୍ପାନୀ ପକ୍ଷରୁ କୁହାଯାଇଛି ।






More Stories
ବିଜୁ ବାବୁଙ୍କୁ ଟାର୍ଗେଟ୍ କରିନଥିଲି…..
ନୀତିନ ନବୀନଙ୍କ ଇସ୍ତଫା…..
ଓଏଏସ୍ ସ୍ତରରେ ଅଦଳବଦଳ…..