ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ବଲିଉଡ ଅଭିନେତା ଅର୍ଜୁନ କପୁର ଏବଂ ଅଭିନେତ୍ରୀ ମଲାଇକା ଅରୋରା ସବୁବେଳେ ଚର୍ଚ୍ଚାରେ ରହିଥାନ୍ତି | ପ୍ରେମିକାଙ୍କ ଜନ୍ମଦିନରେ ରୋମାଣ୍ଟିକ୍ ହୋଇଛନ୍ତି ଅର୍ଜୁନ କପୁର। ଦିନଟିକୁ ସ୍ବତନ୍ତ୍ର କରିବାକୁ ଯାଇ ସେ ମଲାଇକା ଅରୋରାଙ୍କ ପାଇଁ ଭାବବିହ୍ବଳ ପୋଷ୍ଟ ଲେଖିଛନ୍ତି। ଏହି ଦିନ ହେଉ ଅଥବା ଅନ୍ୟ ସବୁ ଦିନରେ ମୁଁ କେବଳ ତୁମ ମୁହଁରେ ହସ ଦେଖିବାକୁ ଚାହେଁ। ଏବର୍ଷ ତୁମେ ସବୁଠାରୁ ଅଧିକ ହସ ବୋଲି ଆଶା କରୁଥିବା ଅର୍ଜୁନ ଲେଖିଛନ୍ତି।

ଶନିବାର ମଲାଇକା ନିଜର ୪୮ତମ ଜନ୍ମଦିନ ପାଳୁଛନ୍ତି। ଏହାକୁ ନେଇ ସମସ୍ତଙ୍କ ନିକଟରୁ ଶୁଭେଚ୍ଛାର ସୁଅ ଛୁଟିଛି। ହେଲେ ସମସ୍ତଙ୍କ ମନ ଜିଣିଛି ପ୍ରେମିକ ଅର୍ଜୁନଙ୍କ ବାର୍ତ୍ତା। ସେ ଉଭୟଙ୍କ ଏକ ରୋମାଣ୍ଟିକ୍ ଫଟୋ ଶେୟାର କରି ସବୁବେଳେ ହସୁଥାଅ ବୋଲି କହିଛନ୍ତି। ଉଲ୍ଲେଖ ଯୋଗ୍ୟ ୨୦୧୮ରୁ ପରସ୍ପରକୁ ଡେଟ୍ କରୁଛନ୍ତି ମଲାଇକା-ଅର୍ଜୁନ। ଏହାପୂର୍ବରୁ ମଲାଇକା ବିବାହିତ ଥିଲେ। ବିବାହର ୧୯ ବର୍ଷ ପରେ ୨୦୧୭ରେ ସେ ସ୍ବାମୀ ଅରବାଜ ଖାନଙ୍କଠାରୁ ଅଲଗା ହୋଇଯାଇଥିଲେ। ଉଭୟଙ୍କ ଏକ ୧୮ ବର୍ଷର ପୁଅ ରହିଛି। ଅର୍ଜୁନଙ୍କ ସହ ସମ୍ପର୍କକୁ ଆସିବା ପରେ ସେମାନେ ବିବାହ କରିବେ ବୋଲି କୁହାଯାଉଛି।






More Stories
ବିଶିଷ୍ଟ କଣ୍ଠଶିଳ୍ପୀ ପ୍ରଣବ ପଟ୍ଟନାୟକଙ୍କ ପରଲୋକ…..
ପରଲୋକରେ ପ୍ରଦୀପ ରାୱତ…..
ଅଲ୍ଲୁ ଅର୍ଜୁନଙ୍କୁ ସମନ…..