Report Card Odisha

| Daily Odia News

ଦୀପାବଳି ପରେ ଖୋଲିପାରେ ପ୍ରଥମରୁ-ସପ୍ତମ ଶ୍ରେଣୀ…..

ରିପୋର୍ଟ କାର୍ଡ / ଭୁବନେଶ୍ୱର

ଦୀର୍ଘ ଦୁଇ ବର୍ଷ ପରେ ସ୍ୱାଭାବିକ ହେବାକୁ ଯାଉଛି ଶିକ୍ଷା ବ୍ୟବସ୍ଥା । କରୋନା ସଂକ୍ରମଣ ପାଇଁ ଶିକ୍ଷା ବର୍ଷ ପ୍ରଭାବିତ ହୋଇଛି | ସଂକ୍ରମଣ ସ୍ଥିତି ସୁଧାର ଆସିବା ପରେ ଅଷ୍ଟମରୁ ଦ୍ୱାଦଶ ଶ୍ରେଣୀ ପର୍ୟ୍ୟନ୍ତ ପୂର୍ବ ଭଳି ଅଫଲାଇନ୍ ପାଠପଢ଼ା ଆରମ୍ଭ ହୋଇ ସାରିଛି | ସେଭଳି ନଭେମ୍ବର ପହିଲାରୁ ଖୋଲିବ ଯୁକ୍ତ ତିନି । ଏବେ ସରକାର ପ୍ରଥମରୁ ସପ୍ତମ ଶ୍ରେଣୀ ପର୍ୟ୍ୟନ୍ତ ସ୍କୁଲ ଖୋଲିବାକୁ ପ୍ରକ୍ରିୟା ଆରମ୍ଭ କରୁଛନ୍ତି । ଦୀପାବଳି ପରେ ପ୍ରଥମରୁ ସପ୍ତମ ଶ୍ରେଣୀ ପର୍ୟ୍ୟନ୍ତ ସ୍କୁଲ ଖୋଲିବା ନେଇ ନିଷ୍ପତ୍ତି ହେଉଥିବା ନେଇ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ ସୂଚନା ଦେଇଛନ୍ତି | କହିଛନ୍ତି କି ପାର୍ବଣ ଋତୁ ପରେ ଚୂଡ଼ାନ୍ତ ନିଷ୍ପତ୍ତି ନେବେ ସରକାର । ଏବେ ଅଷ୍ଟମରୁ ଦ୍ୱାଦଶ ପର୍ୟ୍ୟନ୍ତ ସ୍କୁଲ୍ ଖୋଲିଛି । ପ୍ରାୟ ୨ ବର୍ଷ ଧରି ଶିକ୍ଷା ବର୍ଷ ପ୍ରଭାବିତ ହୋଇଥିବାରୁ ଏବେ ସ୍କୁଲ ଖୋଲିବାର ଆବଶ୍ୟକତା ରହିଛି । କିନ୍ତୁ ସରକାର ସବୁ ସମୟରେ ସ୍ୱାସ୍ଥ୍ୟକୁ ସର୍ବାଧିକ ଗୁରୁତ୍ବ ଦେଉଛନ୍ତି । ଦଶହରା ପରେ ସଂକ୍ରମଣ ବଢୁଥିବାରୁ ସରକାର ଟେଷ୍ଟିଂ ହାର୍ ମଧ୍ୟ ବଢ଼ାଇଛନ୍ତି । ଦୀପାବଳି ପରେ ସ୍ଥିତିକୁ ବିଚାର କରି ସରକାର ପ୍ରଥମରୁ ସପ୍ତମ ଶ୍ରେଣୀ ପର୍ୟ୍ୟନ୍ତ ସ୍କୁଲ୍ ଖୋଲିବା ନେଇ ବିଚାରବିମର୍ଶ କରିବେ । ତୃତୀୟ ଲହର ଆସିବାର ମଧ୍ୟ ସମ୍ଭାବନା କମ୍ ରହିଛି । ତେଣୁ ସ୍ଥିତିକୁ ଦେଖି ସରକାର ଆବଶ୍ୟକ ନିଷ୍ପତ୍ତି ନେବେ ବୋଲି କହିଛନ୍ତି ମନ୍ତ୍ରୀ ସମୀର ଦାଶ ।

Breaking News