ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଜାମ୍ମୁ-କାଶ୍ମୀର ବାରାମୁଲ୍ଲାରେ ସୁରକ୍ଷା ବାହିନୀ ଦ୍ୱାରା ଜଣେ ଆତଙ୍କବାଦୀଙ୍କୁ ହତ୍ୟା କରାଯାଇଥିଲ। ଆତଙ୍କବାଦୀଙ୍କ ନିକଟରୁ ବନ୍ଧୁକ, ଲୋଡେଡ୍ ମ୍ୟାଗାଜିନ ଏବଂ ଗୋଟିଏ ପାକିସ୍ତାନ ନିର୍ମିତ ଗ୍ରେନେଡ଼ ଉଦ୍ଧାର କରିବାରେ ସଫଳ ହୋଇଛି ବୋଲି କାଶ୍ମୀର ଜୋନ୍ ପୋଲିସ କହିଛି। ବାରାମୁଲ୍ଲାରେ ଜଣେ ଦୋକାନୀଙ୍କୁ ହତ୍ୟା କରିବାକୁ ଆସିଥିଲା ବୋଲି ପୋଲିସ ପକ୍ଷରୁ ସୂଚନା ମିଳିଛି । ପୋଲିସର ସୂଚନା ଅନୁସାରେ ଏହି ଆତଙ୍କବାଦୀ କୁଲଗାମ ଜିଲ୍ଲାର ଜାଭେଦ ଆହ ୱାନି ବୋଲି ଜଣାପଡ଼ିଛି। ଅକ୍ଟୋବର ୨୦ରେ ବିହାରରୁ ୨ଜଣ ଶ୍ରମିକଙ୍କ ହତ୍ୟାରେ ସେ ଆତଙ୍କବାଦୀ ଗୁଲଜାରଙ୍କୁ ସାହାଯ୍ୟ କରିଥିଲେ। ଆତଙ୍କବାଦୀ ଜଣକ ଜଣେ ଦୋକାନୀକୁ ହତ୍ୟା କରିବାକୁ ଯାଉଥିବାବେଳେ ସୁରକ୍ଷାବାହିନୀ ଉପରେ ଗୁଳି ଚଳାଇଥିଲେ। ପରେ ଏହାର ଜବାବରେ ସୁରକ୍ଷାବାହିନୀ ମଧ୍ୟ ଗୁଳିଚାଳନା କରିଥିଲେ। ସୁରକ୍ଷାବାହିନୀ ସମଗ୍ର ଅଞ୍ଚଳକୁ ଘେରି ରହି ସର୍ଚ୍ଚ ଅପରେସନ ଜାରି ରଖିଛନ୍ତି।






More Stories
ନଦୀରେ ଓଲଟିଲା ଡଙ୍ଗା…..
୧୫ ନବଜାତ ଜୀବନ୍ତ ଦଗ୍ଧ……
ସ୍ବାଇନ ଫ୍ଲୁ ସଂକ୍ରମଣ ; ସବୁ ସ୍କୁଲକୁ ସତର୍କତା ଜାରି…..