Report Card Odisha

| Daily Odia News

ବହିଷ୍କୃତ କନେଷ୍ଟବଳ ପ୍ରସନ୍ନ ବେହେରାଙ୍କର ୭କୋଟି ସମ୍ପତ୍ତି ଠାବ…….

ରିପୋର୍ଟ କାର୍ଡ / ଭୁବନେଶ୍ୱର

ମନୀଷ ଅନୁରାଗ ଦାସ ହତ୍ୟା ମାମଲାରେ ବହିଷ୍କୃତ ହୋଇଥିବା କନେଷ୍ଟବଳ ପ୍ରସନ୍ନ ବେହେରା ଏବେ ଭିଜିଲାନ୍ସ କବଜାରେ ରହିଛନ୍ତି। ସାମ୍ନାକୁ ଆସିଛି ପ୍ରସନ୍ନଙ୍କ ଆୟ ବହିର୍ଭୁତ ସମ୍ପତ୍ତି ତାଲିକା । ଭିଜିଲାନ୍ସ ରେଡ ବେଳେ ତାଙ୍କ ନାମରେ ପ୍ରାୟ ୭କୋଟିର ସମ୍ପତ୍ତି ଠାବ ହୋଇଛି । ନିଜ ଆୟଠାରୁ ପ୍ରାୟ ୨୨୧ ଗୁଣା ଅଧିକ ସମ୍ପତ୍ତି ଠୁଳ ହୋଇଥିବା ସୂଚନା ମିଳିଛି । ସାମାନ୍ୟ କନେଷ୍ଟବଳ ଚାକିରୀରୁ ପ୍ରସନ୍ନ କିପରି ଏତେ ଟଙ୍କାର ମାଲିକ ହେଲେ ବୋଲି ପ୍ରଶ୍ନ ବାଛି ସୃଷ୍ଟି କରିଛି | ତେବେ ସମ୍ପତ୍ତିର ମୂଲ୍ୟାୟନ ନେଇ ଆଉ ଅଧିକ ଖୋଳତାଡ଼ ଜାରି ରହିଛି । ଆୟ ବହିର୍ଭୁତ ସମ୍ପତ୍ତି ସ୍ପଷ୍ଟ ହେବା ପରେ ମାମଲା ରୁଜୁ କରିଛି ଭିଜିଲାନ୍ସ । ପ୍ରସନ୍ନ ଓ ତାଙ୍କ ପତ୍ନୀଙ୍କ ସମେତ ପରିବାର ସଦସ୍ୟଙ୍କ ନାଁରେ ମାମଲା ରୁଜୁ ହୋଇଛି । ଏବେ ପ୍ରସନ୍ନ ଓ ତାଙ୍କ ପରିବାର ସଦସ୍ୟଙ୍କୁ ପଚରାଉଚରା କରିବ ଭିଜିଲାନ୍ସ । ପ୍ରସନ୍ନଙ୍କ ପରିବାରକୁ ପଚରାଉଚରା କରାଯିବ ବୋଲି କହିଛନ୍ତି ଭିଜିଲାନ୍ସ ଏଡିଜି ଯଶୋବନ୍ତ ଜେଠୁଆ ।

 

 

Breaking News