ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
‘ସିଓପି୨୬’ ଜଳବାୟୁ ଶିଖର ବୈଠକରେ ଯୋଗ ଦେବା ପାଇଁ ରବିବାର ଦିନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଇଂଲଣ୍ଡର ଗ୍ଲାସ୍ଗୋରେ ପହଞ୍ଚିଛନ୍ତି। ତାଙ୍କ ରହଣି ନିମନ୍ତେ ଉଦ୍ଦିଷ୍ଟ ହୋଟେଲ୍ ଆଗରେ ସମବେତ ଭାରତୀୟ ଜନସମ୍ପ୍ରଦାୟ ‘ମୋଦୀ ହୈ ଭାରତ୍ କା ଗେହେନା’ ଗୀତ ଗାଇ ତାଙ୍କୁ ସ୍ୱାଗତ ଜଣାଇଥିଲେ। ବିଶେଷକରି, ପ୍ରଧାନମନ୍ତ୍ରୀଙ୍କୁ ସ୍ୱାଗତ ଜଣାଇବାକୁ ଥିବା ସେଠାରେ ଉପସ୍ଥିତ ଥିବା ଗୋଟାଏ ସାନ ପିଲା ସହ ସେ କଥାବାର୍ତ୍ତା କରିଥିଲେ।

ଇଟାଲିରେ ଅନୁଷ୍ଠିତ ‘ଜି୨୦ ଶିଖର’ ସମ୍ମିଳନୀ ଶେଷ ହେବା ପରେ ଗ୍ଲାସ୍ଗୋରେ ପହଞ୍ଚିଥିବା ପ୍ରଧାନମନ୍ତ୍ରୀ ମୋଦୀ ଆଜି ସ୍କଟ୍ଲାଣ୍ଡରେ ବସବାସ କରୁଥିବା ଭାରତୀୟ ଜନସମ୍ପ୍ରଦାୟର ନେତୃବୃନ୍ଦ ଏବଂ ଭାରତୀୟ ସଂସ୍କୃତିବିତ୍ମାନଙ୍କ ସହ ଆଳାପଆଲୋଚନା କରିବେ। ଏହାପରେ ସେ ‘୨୬ତମ କନ୍ଫରେନ୍ସ୍ ଅଫ୍ ପାର୍ଟିଜ୍’ରେ (ସିଓପି୨୬) ବିଶ୍ୱ ନେତୃବୃନ୍ଦଙ୍କ ଶିଖର ବୈଠକ ବା ‘ଓ୍ଵର୍ଲଡ୍ ଲିଡର୍ସ ସମିଟ୍’ ର(ଡବ୍ଲୁଏଲ୍ଏସ୍) ଉଦ୍ଘାଟନୀ ଉତ୍ସବରେ ଯୋଗଦେବେ। ଗ୍ଲାସ୍ଗୋସ୍ଥିତ ‘ସ୍କଟିସ୍ ଇଭେଣ୍ଟ୍ କ୍ୟାମ୍ପସ୍’ରେ ଆୟୋଜନ କରାଯାଇଥିବା ‘ୟୁନାଇଟେଡ୍ ନେସନ୍ସ୍ ଫ୍ରେମ୍ଓ୍ଵାର୍କ କନ୍ଭେନ୍ସନ୍ ଅନ୍ କ୍ଲାଇମେଟ୍ ଚେଞ୍ଜ୍’ର (ୟୁଏନ୍ଏଫ୍ସିସିସି) ସାଧାରଣ ଅଧିବେଶନରେ ଉଦ୍ବୋଧନ ଦେବେ। ଆଜି ଓ ଆଗାମୀକାଲି ପର୍ଯ୍ୟନ୍ତ ଚାଲିବାକୁ ଥିବା ଏହି ଶିଖର ବୈଠକରେ ୨୦୦ ଦେଶର ପ୍ରତିନିଧି ଅଂଶ ଗ୍ରହଣ କରିବେ। ଉପରୋକ୍ତ ଉଦ୍ଘାଟନୀ ଉତ୍ସବ ପରେ ପରେ ପ୍ରଧାନମନ୍ତ୍ରୀ ମୋଦୀ ଇଂଲଣ୍ଡ୍ର ପ୍ରଧାନମନ୍ତ୍ରୀ ବୋରିସ୍ ଜନ୍ସନ୍ଙ୍କ ସହ ଦ୍ୱିପାକ୍ଷିକ ସମ୍ପର୍କ ପ୍ରସଙ୍ଗରେ ଆଲୋଚନା କରିବେ। ଏଥିରେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଶଣ ସହ ପ୍ରଧାନମନ୍ତ୍ରୀ ଜନ୍ସନ୍ଙ୍କ ଉଦ୍ବୋଧନ ମଧ୍ୟ ରହିବ।






More Stories
ପରବର୍ତ୍ତୀ ସ୍ଥଳସେନା ମୁଖ୍ୟ ଲେଫ୍ଟନାଣ୍ଟ ଜେନେରାଲ୍ ଧୀରଜ ସେଠ୍…..
ନିଟ୍-ୟୁଜି ପରୀକ୍ଷା ସମୟ ଅବଧି ବୃଦ୍ଧି……
ଯଶପାଲ ରାଣାଙ୍କ ପରଲୋକ; ପ୍ରଧାନମନ୍ତ୍ରୀଙ୍କ ଶୋକ…..