ରିପୋର୍ଟ କାର୍ଡ / କଳାହାଣ୍ଡି
ବହୁଚର୍ଚ୍ଚିତ ମହାଲିଙ୍ଗ ନସାଇନ୍ ପବ୍ଲିକ୍ ସ୍କୁଲ ଅଧ୍ୟକ୍ଷା ମମିତା ମେହେର ହତ୍ୟା ଘଟଣାରେ ନୂଆ ତଥ୍ୟ ସାମ୍ନାକୁ ଆସିଛି । ଘଟଣା ଦିନ ରାତିରେ ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦ ସାହୁ ତାର ସହଯୋଗୀ ଡ୍ରାଇଭର ରାଧେ ହାତରେ ମଗେଇଥିଲା ପୁରୁଣା ଟାୟାର । ଗୋବିନ୍ଦ, ବିବେକ ଅଗ୍ରୱାଲଙ୍କ ନିକଟରୁ ସେହି ପୁରୁଣା ଟାୟାର ମଗାଇଥିଲା ବୋଲି ରାଧେ କହିଛି | ବିବେକ ଅଗ୍ରୱାଲ ତାଙ୍କ ଗୋଦାମରେ ଥିବା ଦୁଇଟି ପିକଅପର ପୁରୁଣା ଟାୟାର ଦେଇଥିଲେ । ସେହି ପୁରୁଣା ଟାୟାରକୁ ମମିତା ମେହେରକୁ ପୋଡିବାରେ ବ୍ୟବହାର କରାଯାଇଥିଲା ବୋଲି ସୂଚନା ମିଳୁଛି । ରାଧେର ୧୬୧ ବୟାନରେ ଏଭଳି ଖୁଲାସା ହୋଇଛି । ମମିତାଙ୍କୁ ହତ୍ୟା ପରେ ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦ ଗତ ୮ ତାରିଖ ମଧ୍ୟାହ୍ନ ପ୍ରାୟ ୧୨ଟା ୩୦ରେ ବିବେକଙ୍କୁ ଫୋନ୍ କରିଥିଲା। ଡ୍ରାଇଭର ରାଧେଶ୍ୟାମ ଚଣ୍ଡି ଯାଇ ୨ଟି ଟାୟାର ଆଣିବ ବୋଲି କହିଥିଲା । ଦିନ ସାଢ଼େ ୩ଟାରେ ବିବେକଙ୍କଠାରୁ ରାଧେ ଟାୟାର ନେଇ ଆସିଥିଲା। ମମିତାଙ୍କୁ ଗୋବିନ୍ଦ ହତ୍ୟା କରି ଷ୍ଟାଣ୍ଡିୟମରେ ପୋତିଦେଇଥିବା ପରେ ମୁଁ ଜାଣିଥିଲି। ମୁଁ ଦେଇଥିବା ଦୁଇଟି ଟାୟାରାରେ ମମିତାଙ୍କୁ ପୋଡ଼ିଦେଇଥିବା ଜାଣିବାକୁ ପାଇଥିଲି ବୋଲି ବିବେକ ନିଜ ବୟାନରେ କହିଛନ୍ତି।
More Stories
କେନିଆରେ ରଦ୍ଦ ହେଲା ଆଦାନୀ ପ୍ରକଳ୍ପ…..
ଯୁକ୍ତ ୨ ରେ ୧୦୦ ରୁ ୨୪ ରଖିଲେ ପାସ୍….
ବବି ଦାସ ଭାଇଙ୍କ ନାଁରେ ଏତଲା….