Report Card Odisha

| Daily Odia News

ପୁରୀର ନାମ ପରିବର୍ତ୍ତନ କରିବା ଅନାବଶ୍ୟକ……

ରିପୋର୍ଟ କାର୍ଡ / ପୁରୀ

ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକରେ ପୁରୀର ନାମ ପରିବର୍ତ୍ତନ ନେଇ ଦାବି ହୋଇଛି | ଏହାକୁ ନେଇ ମତ ଦେଇଛନ୍ତି ଶଙ୍କରାଚାର୍ଯ୍ୟ ନିଶ୍ଚଳାନନ୍ଦ ସରସ୍ବତୀ । କହିଛନ୍ତିକି ପୁରୀର ନାମ ପରିବର୍ତ୍ତନ କରିବା ଅନାବଶ୍ୟକ | ବିଶ୍ବରେ ପୁରୀକୁ ଜଗନ୍ନାଥ ପୁରୀ ନାମରେ ହିଁ ଜାଣିଥାନ୍ତି । ଏଣୁ ପୁରୀ ପୀଠର ନାମ ପରିବର୍ତ୍ତନ କରି ଜଗନ୍ନାଥ ପୁରୀ କରିବାର କୌଣସି ଆବଶ୍ୟକତା ଅଛି କି ବୋଲି ସେ ପ୍ରଶ୍ନ କରିଛନ୍ତି । ଅନ୍ୟପକ୍ଷରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ପୁରୀର ନାମ ପରିବର୍ତ୍ତନ କରି ଜଗନ୍ନାଥ ପୁରୀ ନାମରେ ନାମିତ କଲେ ଭଲ ହୁଅନ୍ତା ବୋଲି ମତ ଦେଇଛନ୍ତି । ଗତ କିଛି ଦିନ ଧରି ପୁରୀର ବିଭିନ୍ନ ସଙ୍ଗଠନ ପକ୍ଷରୁ ଦାବି ହୋଇ ଆସୁଥିଲା । ଏନେଇ ଗତ ଶ୍ରୀମନ୍ଦିର ପରିଚାଳନା କମିଟିରେ ମଧ୍ୟ ନାମ ପରିବର୍ତ୍ତନ ସମ୍ପର୍କରେ ଚର୍ଚ୍ଚା ହୋଇଥିଲା । ପୁରୀର ନାମ ଜଗନ୍ନାଥ ପୁରୀ କରିବା ପାଇଁ ଶ୍ରୀଜଗନ୍ନାଥ ସେନା ପକ୍ଷରୁ ମଧ୍ୟ ଦାବି ହୋଇଥିଲା । ଏନେଇ ସେନାର କର୍ମକର୍ତ୍ତାମାନେ ପୁରୀ ରେଳଷ୍ଟେସନ ନିକଟରେ ଧାରଣ ପ୍ରଦର୍ଶନ କରିବା ସହ ରେଳ ବିଭାଗର ବରିଷ୍ଠ ଅଧିକାରୀଙ୍କୁ ଦାବିପତ୍ର ଦେଇଥିଲେ।

Breaking News