ରିପୋର୍ଟ କାର୍ଡ / କଟକ
କଟକ SCB ମେଡିକାଲକୁ ବିଶ୍ୱସ୍ତରୀୟ କରିବାକୁ ନବକଳେବର କାର୍ଯ୍ୟ ଜୋରଦାର ଚାଲିଛି | ଏହାର ଚତୃପାର୍ଶ୍ୱରେ ଥିବା ବଜାର ଦଖଲ ଉଛେଦ ପ୍ରକ୍ରିୟାକୁ ଯୋରଦାର କରାଯାଉଛି। ଏହି ପରିପ୍ରେକ୍ଷୀରେ ରାଣୀହାଟରେ ଥିବା କଟକର ସର୍ବ ପୁରାତନ ହିନ୍ଦ୍ ସିନେମା ହଲକୁ ଭଙ୍ଗାଯିବ ବୋଲି ଜଣାପଡିଛି | ହଲ୍ ଭିତରେ ବ୍ୟବସାୟୀଙ୍କୁ ଆସନ୍ତା ୧୨ ତାରିଖ ଭିତରେ ଖାଲି କରିଵାକୁ ନୋଟିସ୍ ଜାରି କରାଯାଇଛି। ମୋଚିସାହି ଛକରୁ ମଙ୍ଗଳାବାଗ ପର୍ଯ୍ୟନ୍ତ ରାସ୍ତାର ଉନ୍ନତି କରଣ ପାଇଁ ଉଛେଦ ଚାଲିଥିବା ବେଳେ ଏଥି୍ରେ ଥିଵା ଅନେକ ଘରୋଇ ଲୋକଙ୍କ ଘର ଅଧିଗ୍ରହଣ କରାଯିଵ ଵୋଲି ପ୍ରକ୍ରିୟା ଆରମ୍ଭ ହୋଇଛି। ସେଥିରେ ମେଡିକାଲ ପରିସରରେ ଥିବା ଅନେକ ଘର ସହିତ ପବ୍ଲିକ ସ୍କୁଲ ମଧ୍ୟ ଭଙ୍ଗାଯିବ ବୋଲି ଜଣାପଡିଛି। ସେହିପରି ହିନ୍ଦ୍ ସିନେମା ହଲ୍ ଭଙ୍ଗାଯିଵା ପରେ ଏହା ସଂଲଗ୍ନ ୩ ଏକର ପରିମିତ ଜମି ଉପରେ ସରକାରଙ୍କ ପକ୍ଷରୁ ସ୍ୱଳ୍ପ ମୂଲ୍ୟର ହୋଟେଲ,ରୋଗୀ ସଂପର୍କିୟଙ୍କ ଲାଗି ପ୍ରତିକ୍ଷାଳୟ,ଓ ଧର୍ମଶାଳା ପ୍ରଭୃତି ନିର୍ମାଣ କରାଯିଵ ଵୋଲି ଜିଲ୍ଲା ପ୍ରଶାସନ ପକ୍ଷରୁ କୁହାଯାଇଛି। ରାଣୀହାଟ ପୋଲ ଠାରୁ ତାଳଦଣ୍ଡା କେନାଲ ଵନ୍ଧ କଡରେ ଥିବା ଚମଡା ନିଗମ କାର୍ଯ୍ୟାଳୟ,ଵିହନ ନିଗମ କାର୍ଯ୍ୟାଳୟ, ହସ୍ତତନ୍ତ ଓ ଉଠା ଜଳସେଚନ କାର୍ଯ୍ୟାଳୟ ସଵୁକୁ ପ୍ରତାପନଗରୀ ଧାକୁଲେଇ ଠାରେ ଥିଵା ଜଳ ଓ ଭୂମି ପରିଚାଳନା କେନ୍ଦ୍ର ( ୱ।ଲ୍ମି) ପରିସରରେ ଥିଵା ଜମିକୁ ସ୍ଥାନାନ୍ତରିତ କରାଯିଵ ଵୋଲି ନିଷ୍ପତ୍ତି ହୋଇଥିବା ନେଇ ସୂଚନା ମିଳୁଛି ।






More Stories
ଝିଅ ଜନ୍ମ ହେଲେ ସରକାର ଦେବେ ଟଙ୍କା…..
ତୈଳ କମ୍ପାନୀମାନଙ୍କ ସହ ଯୋଗାଣ ମନ୍ତ୍ରୀଙ୍କ ବୈଠକ…..
ପଶ୍ଚିମବଙ୍ଗରେ ପ୍ରଚାର କରିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ…..