ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଆସନ୍ତାକାଲି ଭାରତୀୟ ଜନତା ପାର୍ଟିର ଜାତୀୟ କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ ହେବ | ବୈଠକ ସକାଳୁ ଆରମ୍ଭ ହୋଇ ଅପରାହ୍ନ ୩ଟାରେ ଶେଷ ହେବ | ଏହି ବୈଠକରେ ଏକକ ରାଜନୈତିକ ସଂକଳ୍ପ ପାରିତ ହେବ। ପ୍ରଧାନମନ୍ତ୍ରୀ ମୋଦୀ ବୈଠକରେ ଯୋଗ ଦେଇ ଦଳ କିପରି ଆହୁରି ମଜବୁତ ଦେଶର ସମସ୍ତ କାର୍ଯ୍ୟକାରିଣୀ ସଦସ୍ୟଙ୍କୁ ଗୁରୁ ମନ୍ତ୍ର ଦେବେ। ଏନେଇ ଆଜି ବିଜେପି ରାଷ୍ଟ୍ରୀୟ ସାଧାରଣ ସମ୍ପାଦକ ଅରୁଣ ସିଂ ସୂଚନା ଦେଇଛନ୍ତି। ।ଏହି ଦିନିକିଆ ବୈଠକରେ ଚଳିତ ବର୍ଷ ସରକାରଙ୍କ କରୋନା ସହିତ ମୁକାବିଲା, ଟିକାକରଣ ଏବଂ ଅର୍ଥନୀତିର ଉନ୍ନତି ପାଇଁ ବିଭିନ୍ନ ପଦକ୍ଷେପ ଉପରେ ଆଲୋଚନା କରାଯିବାର ସମ୍ଭାବନା ରହିଛି। ସରକାରଙ୍କ ଭିନ୍ନ ଲୋକାଭିମୁଖୀ ଯୋଜନା କିଭଳି ସାଧାରଣ ଜନତା ଓ କର୍ମୀଙ୍କ ନିକଟରେ ପହଞ୍ଚିପାରିବ ସେନେଇ ବିଜେପି ନେତାମାନଙ୍କୁ ମନ୍ତ୍ର ଦିଆଯିବ | ମିଳିଥିବା ସୂଚନା ଅନୁସାରେ- ପଞ୍ଜାବ, ମଣିପୁର, ଗୋଆ, ଉତ୍ତରପ୍ରଦେଶ ଏବଂ ଉତ୍ତରାଖଣ୍ଡରେ ହେବାକୁ ଥିବା ବିଧାନସଭା ନିର୍ବାଚନ ପାଇଁ ମାନସମନ୍ଥନ କରାଯିବ । କେନ୍ଦ୍ରୀୟ ଯୋଜନା ଓ ସଫଳତାର ସହ ୧୦୦କୋଟି ଟିକାକରଣ ଅଭିଯାନ କିଭଳି ସଫଳ ହୋଇଛି ତାହା ବାବଦରେ ଆଲୋଚନା ହେବ | ତେବେ ୫ଟି ରାଜ୍ୟର ବିଧାନସଭା ନିର୍ବାଚନ ହିଁ ବୈଠକର ମୁଖ୍ୟ ପ୍ରସଙ୍ଗ ହେବ ବୋଲି କୁହାଯାଉଛି |






More Stories
ଆସିଲା ସୁଭଦ୍ରା ଟଙ୍କା…..
ଶ୍ରୀମନ୍ଦିରକୁ ବୋମା ଧମକ ଦେଇଥିବା ଅଭିଯୁକ୍ତ ଗିରଫ…..
ବିଜେଡିରୁ ଅରବିନ୍ଦ ନିଲମ୍ବନ:ଉତ୍ତର ରଖିଲେ ବାପା…..