Report Card Odisha

| Daily Odia News

ଡ୍ରଗ୍ସ ମାମଲାର ମାଷ୍ଟରମାଇଣ୍ଡ ସୁନୀଲ ପାଟିଲ,ଏନସିବି ସହିତ ରହିଛନ୍ତି……

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

କ୍ରୁଜ ଡ୍ରଗ୍ସ ମାମଲାକୁ ନେଇ ମହାରାଷ୍ଟ୍ରର ଜଣେ ବିଜେପି ନେତା ମୋହିତ କାମ୍ବୋଜ ଆଶ୍ଚର୍ଯ୍ୟ କରିଲା ଭଳି ଦାବି କରିଛନ୍ତି। ମୋହିତ କାମ୍ବୋଜ କହିଛନ୍ତି, କ୍ରୁଜ ଡ୍ରଗ୍ସ ପୂରା ମାମଲାର ମାଷ୍ଟରମାଇଣ୍ଡ ରହିଛନ୍ତି ସୁନୀଲ ପାଟିଲ। ସେ ଏନସିବି ସହିତ ଯୋଡ଼ି ହୋଇ ରହିଛନ୍ତି। କେବଳ ଏତିକି ନୁହେଁ, କାମ୍ବୋଜ ଏହା ବି କହିଛନ୍ତି କି ମହାରାଷ୍ଟ୍ର ସରକାର ଜଣେ ମନ୍ତ୍ରୀ ଏହି ପୂରା ସିଣ୍ଡିକେଟକୁ ଚଳାଉଛି। ଡ୍ରଗ୍ସ ମାମଲାକୁ ନେଇ ଏନସିବି ଓ ସମୀର ୱାନଖେଡେଙ୍କୁ ସିଧାସଳଖ ଆକ୍ଷେପ କରି ମହାରାଷ୍ଟ୍ର ସରକାରର ମନ୍ତ୍ରୀ ନୱାବ ମଲିକ ବି ଏଥିରେ ସାମିଲ ଥିବା ମୋହିତ କାମ୍ବୋଜ କହିଛନ୍ତି। ନୱାବ ମଲିକ ଏହି ଘଟଣାକୁ ନେଇ ମୋହିତ କାମ୍ବୋଜଙ୍କ ଉପରେ ବି ଅଭିଯୋଗ ଆଣିଥିଲେ। ତେବେ ମୋହିତ କାମ୍ବୋଜ କହିଛନ୍ତି, ଅକ୍ଟୋବର ୨ ପରେ ଏକ ବିବାଦୀୟ ମାମଲା ଆରୟନ ଖାନଙ୍କ ଡ୍ରଗ୍ସ ମାମଲା ଚାଲିଛି। ଏହି ମାମଲାକୁ ନେଇ ଅକ୍ଟୋବର ୬ ତାରିଖରେ ନୱାବ ମଲିକ ସାମ୍ବାଦିକ ସମ୍ମିଳନୀ କରି ଭାଜପା ଉପରେ ଅଭିଯୋଗ ଆଣିଥିଲେ କି ଭାଜପା ଏଥିରେ ସାମିଲ ରହିଛି। କିନ୍ତୁ ଏହି ମାମଲା ସତ୍ୟତା ମୁଁ ସାମ୍ନାକୁ ଆଣୁଛି। ମୋହିତ କମ୍ବୋଜ ଆରୟନ ଖାନଙ୍କ ସହିତ କିରଣ ଗୋସ୍ବାମୀଙ୍କ ଫଟୋ ଉଠାଇଥିବା ଦେଖାଇଥିଲେ। ସେ କହିଛନ୍ତି ଏହି ଫଟୋ ସମସ୍ତେ ଦେଖିଥିବେ। ଭାଜପାକୁ ଏହି ମାମଲାରେ ଏଥିପାଇଁ ଟଣା ହେଉଛି କି କିରଣ ଗୋସ୍ବାମୀ ଭାଜପାର କାର୍ଯ୍ୟକର୍ତ୍ତା ରହିଛନ୍ତି। ତେବେ ମୁଁ କହିବାକୁ ଚାହୁଁଛି କି ଏହି ମାମଲାର ପ୍ରକୃତ ମାଷ୍ଟରମାଇଣ୍ଡ ହେଉଛନ୍ତି ସୁନୀଲ ପାଟିଲ। ସେ ଏନସିବି ସହିତ ୨୦ବର୍ଷ ହେବ ଯୋଡ଼ି ରହିଛନ୍ତିି।

 

Breaking News