ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ମୁମ୍ବଇରେ ମଙ୍ଗଳବାର ସକାଳେ ଏକ ବଡ ଧରଣର ଅଘଟଣ ଘଟିଥିବା ନେଇ ଖବର ମିଳିଛି। ଆଣ୍ଟପ୍ ହିଲ୍ ଅଞ୍ଚଳରେ ସ୍ଥିତ ଏକ ଅଟ୍ଟାଳିକା ଭୁଷୁଡି ପଡିଛି। ଏହାତଳେ ଅନେକ ଲୋକେ ଦବି ରହିଥିବା ବେଳେ ୯ ଜଣଙ୍କୁ ଏଯାଏଁ ଉଦ୍ଧାର କରାଯାଇଛି। ଆହୁରି ଅନେକ ଲୋକେ ଏହାତଳେ ଦବି ରହିଛନ୍ତି ବୋଲି ଆଶଙ୍କା କରାଯାଉଛି। ଘଟଣାରେ କାହାରି ମୃତ୍ୟୁ ହୋଇଥିବା ନେଇ ଖବର ମିଳିନାହିଁ। ଖବର ପାଇ ପୁଲିସ, ଅଗ୍ନିଶମ କର୍ମଚାରୀ ଓ ଉଦ୍ଧାରକାରୀ ଦଳ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ। ଆହତଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ବେଳେ ଘଟଣାସ୍ଥଳରେ ୪ଟି ଦମକଳ ଗାଡି ଉପସ୍ଥିତ ରହିଛନ୍ତି।






More Stories
ବନ୍ୟା ପ୍ୟାକେଜ୍ ଘୋଷଣା କଲେ ମୁଖ୍ୟମନ୍ତ୍ରୀ…..
ବିନୟତୋଷ ମିଶ୍ରଙ୍କୁ ଡିଜିପି ଦାୟିତ୍ୱ……
ଭାଜପା ଛାଡିଲେ ଶେହଜାଦ ପୁନାୱାଲା…..