Report Card Odisha

| Daily Odia News

ଏସିଆରେ ଦବିପାରେ ମୁକେଶ ଅମ୍ବାନୀଙ୍କ ଦବଦବା, ମାଢ଼ିଚାଲିଛି ଆଦାନୀ……

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

ଦେଶର ବହୁମୂଲ୍ୟ କମ୍ପାନୀ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍‌ ଚେୟାର ମ୍ୟାନ୍ ମୁକେଶ ଅମ୍ବାନୀଙ୍କ ଶାସନ ପୁଣି ଥରେ ବିପଦରେ। ଚଳିତ ବର୍ଷ ତାଙ୍କର ନେଟ୍‌ ମୂଲ୍ୟ ୧୯.୬ ବିଲିୟନ ଡ଼ଲାରରେ ବୃଦ୍ଧି ପାଇଥିବାବେଳେ ଆଦାନୀ ଗ୍ରୁପ୍ର ଚେୟାରମ୍ୟାନ୍ ଗୌତମ ଆଦାନୀଙ୍କ ସମ୍ପତ୍ତି ମୂଲ୍ୟ ୫୦.୭ ବିଲିୟନ ଡ଼ଲାରକୁ ବୃଦ୍ଧି ପାଇଛି। ବ୍ଲୁମବର୍ଗ ବିଲିୟନେୟାର ଇଣ୍ଡେକ୍ସ ଅନୁଯାୟୀ, ବର୍ତ୍ତମାନ ସେମାନଙ୍କର ନେଟ୍‌ ମୂଲ୍ୟରେ ୧୧.୯ ବିଲିୟନ ଡ଼ଲାରର ପାର୍ଥକ୍ୟ ରହିଛି। ତେବେ ରିପୋର୍ଟ ଅନୁଯାୟୀ, ଅମ୍ବାନୀ ୯୬.୩ ବିଲିୟନ ଡ଼ଲାରର ସମ୍ପତ୍ତି ସହିତ ବିଶ୍ୱର ଧନୀ ତାଲିକାର ୧୧ତମ ସ୍ଥାନରେ ଅଛନ୍ତି। ଏହି ବର୍ଷ ତାଙ୍କର ନିଟ୍ ମୂଲ୍ୟ ୧୯.୬ ବିଲିୟନ ଡ଼ଲାରରେ ବୃଦ୍ଧି ପାଇଛି । ତେବେ ମଙ୍ଗଳବାର ଦିନ ତାଙ୍କର ମୋଟ ମୂଲ୍ୟ ୩୯୯ ମିଲିୟନ ଡ଼ଲାରରେ ବୃଦ୍ଧି ପାଇଛି। ଅମ୍ବାନୀ ନିକଟରେ ୧୦୦ ବିଲିୟନ ଡଲାରର ଏଲିଟ୍ କ୍ଲବରେ ଯୋଗ ଦେଇଥିଲେ କିନ୍ତୁ ସେବେ ଠାରୁ ତାଙ୍କର ନିଟ୍ ମୂଲ୍ୟ ହ୍ରାସ ପାଇଛି। କିନ୍ତୁ ବର୍ତ୍ତମାନ ସୁଦ୍ଧା ସେ ଏସିଆର ସବୁଠାରୁ ବଡ ଧନୀ ବ୍ୟକ୍ତି ଅଟନ୍ତି । ଆଗାମୀ ଦିନରେ ଏସିଆରେ ଅମ୍ବାନୀଙ୍କ ଶାସନ ବିପଦରେ ପଡିପାରେ। ସାମ୍ପ୍ରତିକ ସମୟରେ ଗୌତମ ଆଦାନୀଙ୍କ ନିଟ୍ ମୂଲ୍ୟ ବହୁତ ବଢିବାରେ ଲାଗିଛି । ତେବେ ଏକ ରିପୋର୍ଟରେ ଆଦାନୀ ୮୪.୪ ବିଲିୟନ ଡ଼ଲାରର ସମ୍ପତ୍ତି ସହିତ ବିଶ୍ୱର ଧନୀ ତାଲିକାରେ ୧୩ ତମ ସ୍ଥାନରେ ଅଛନ୍ତି । ଅନ୍ୟପଟେ ମଙ୍ଗଳବାର ଦିନ ତାଙ୍କର ନିଟ୍ ମୂଲ୍ୟ ୧.୭୩ ବିଲିୟନ ଡ଼ଲାରରେ ବୃଦ୍ଧି ପାଇଛି। ଚଳିତ ବର୍ଷ ତାଙ୍କର ନିଟ୍ ମୂଲ୍ୟ ୫୦.୭ ବିଲିୟନ ଡ଼ଲାରରେ ବୃଦ୍ଧି ହୋଇଛି । ଅର୍ଥାତ୍ ଚଳିତ ବର୍ଷ ତାଙ୍କର ନିଟ୍ ମୂଲ୍ୟ ଅମ୍ବାନୀଙ୍କ ତୁଳନାରେ ଅଢେଇ ଗୁଣରୁ ଅଧିକ ବୃଦ୍ଧି ହୋଇଛି। ଏହି ସମୟରେ, ବିଶ୍ବର ସବୁଠୁ ବଡ ଧନୀ ଏଲୋନ୍ ମସ୍କର ନିଟ୍ ମୂଲ୍ୟ ୫୦ ବିଲିୟନ ଡ଼ଲାର୍ ଅର୍ଥାତ୍ ଦୁଇ ଦିନରେ ୩,୭୦,୭୨୦ କୋଟି ଟଙ୍କା ହ୍ରାସ ପାଇଛି । ସୋମବାର ଦିନ ତାଙ୍କର ନିଟ୍ ମୂଲ୍ୟ ୧୫.୧ ବିଲିୟନ ଡ଼ଲାର ହ୍ରାସ ପାଇଥିବାବେଳେ ମଙ୍ଗଳବାର ଏହା ପ୍ରାୟ ୩୫ ବିଲିୟନ ଡ଼ଲାର ଥିଲା। ଟେସଲାରେ ତାଙ୍କର ୧୦ ପ୍ରତିଶତ ଅଂଶରୁ ବିକ୍ରି କରିବାକୁ ମସ୍କ ଟ୍ୱିଟରରେ ଏକ ସର୍ଭେ ଆରମ୍ଭ କରିଥିଲା। ସେବେଠାରୁ ଗତ ଦୁଇ ଦିନ ମଧ୍ୟରେ ଟେସଲା ସେୟାର ହ୍ରାସ ପାଇଛି। ଅନ୍ୟପଟେ ଆମାଜନ ପ୍ରତିଷ୍ଠାତା ଜେଫ ବେଜୋସ ୨୦୬ ବିଲିୟନ ଡଲାରର ସମ୍ପତ୍ତି ସହିତ ବିଶ୍ୱର ଧନୀ ତାଲିକାରେ ଦ୍ୱିତୀୟ ସ୍ଥାନରେ ଅଛନ୍ତି। ଏହି ତାଲିକାରେ ଫ୍ରାନ୍ସର ବ୍ୟବସାୟୀ ତଥା ବିଶ୍ୱର ସର୍ବବୃହତ ବିଳାସପୂର୍ଣ୍ଣ ସାମଗ୍ରୀ କମ୍ପାନୀ LVMH ମୋଏଟ ହେନେସିର ଚେୟାରମ୍ୟାନ୍ ବର୍ନାର୍ଡ ଆର୍ନାଲ୍ଟ୍ (୧୭୩ ବିଲିୟନ ଡ଼ଲାର୍) ତୃତୀୟ ସ୍ଥାନରେ ଅଛନ୍ତି। ମାଇକ୍ରୋସଫ୍ଟର ସହ-ପ୍ରତିଷ୍ଠାତା ବିଲ୍ ଗେଟ୍ସ ( ୧୩୮ ବିଲିୟନ) ଚତୁର୍ଥ ସ୍ଥାନରେ ରହିଛି। ଆମେରିକୀୟ କମ୍ପ୍ୟୁଟର ବୈଜ୍ଞାନିକ ତଥା ଇଣ୍ଟରନେଟ୍ ଉଦ୍ୟୋଗୀ ଲ୍ୟାରି ପେଜ୍ ୧୩୨ ବିଲିୟନ ଡ଼ଲାର୍ ସହିତ ପାଞ୍ଚ ନମ୍ବର ସ୍ଥାନରେ ଅଛନ୍ତି। ଗୁଗୁଲର ସହ-ପ୍ରତିଷ୍ଠାତା ସର୍ଗି ବ୍ରିନ ୧୨୭ ବିଲିୟନ ଡ଼ଲାର ସହିତ ଷଷ୍ଠ ସ୍ଥାନକୁ ଖସି ଆସିଛନ୍ତି। ତେବେ ଫେସବୁକ୍ ସିଇଓ ମାର୍କ ଜୁକରବର୍ଗ ୧୨୫ ବିଲିୟନ ଡଲାରର ସମ୍ପତ୍ତି ସହ ସପ୍ତମ ସ୍ଥାନରେ ରହିଛନ୍ତି। ଆମେରିକୀୟ ବ୍ୟବସାୟୀ ତଥା ନିବେଶକ ଷ୍ଟିଭ୍ ବଲମର୍ ୧୧୯ ବିଲିୟନ ଡ଼ଲାର୍ ସହିତ ଅଷ୍ଟମ ସ୍ଥାନରେ ଅଛନ୍ତି, ଲ୍ୟାରି ଏଲିସନ୍ ନବମ ସ୍ଥାନ ସହ ୧୧୩ ବିଲିୟନ ଡ଼ଲାର୍ ଏବଂ ନିବେଶକ ୱାରେନ୍ ବଫେଟ୍ ୧୦୪ ବିଲିୟନ ଡ଼ଲାର୍ ସହିତ ଦଶମ ସ୍ଥାନରେ ଅଛନ୍ତି।

 

Breaking News