ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଭାରତୀୟ ରିଜର୍ଭ ବ୍ୟାଙ୍କର ରିଟେଲ ଡାଇରେକ୍ଟ ଯୋଜନା ଏବଂ ସମନ୍ୱିତ ଲୋକପାଳ ଯୋଜନାକୁ ଶୁକ୍ରବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୁଭାରମ୍ଭ କରିଛନ୍ତି। ଏହି ଦୁଇ ଗ୍ରାହକ କୈନ୍ଦ୍ରିକ ଯୋଜନାକୁ ପ୍ରଧାନମନ୍ତ୍ରୀ ଭର୍ଚୁଆଲ ପଦ୍ଧତିରେ ଶୁଭାରମ୍ଭ ହୋଇଛି। ଏହି ଦୁଇ ଯୋଜନା ସରକାରୀ ପ୍ରତିଭୂତିରେ ଖୁଚୁରା ନିବେଶକଙ୍କ ଅଂଶଗ୍ରହଣରେ ବୃଦ୍ଧି ଘଟାଇବାକୁ ଲକ୍ଷ୍ୟ ରଖିଛି । କାର୍ଯ୍ୟକ୍ରମ ଆରମ୍ଭରେ ପ୍ରକାଶ କରି ଆରବିଆଇ ଗଭର୍ଣ୍ଣର ଶକ୍ତିକାନ୍ତ ଦାସ ଏବଂ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ କହିଥିଲେ, ଆରବିଆଇ ନିଜର ସେବାଗୁଡିକର ଦକ୍ଷତା ବୃଦ୍ଧି ନିମନ୍ତେ ପ୍ରଯୁକ୍ତି ଓ ନବସୃଜନର ସମ୍ମିଶ୍ରଣ ଘଟାଉଛି । ଆର୍ଥିକ ଅନ୍ତର୍ଭୁକ୍ତିକୁ ଅଧିକ ନିବିଡ କରିବା ଏବଂ ଲୋକ କୈନ୍ଦ୍ରିକ ପଦକ୍ଷେପଗୁଡିକ ଗ୍ରହଣ କରିବା ଉପରେ ଆରବିଆଇର ବିକାଶମୂଳକ ଭୂମିକା ଦୃଷ୍ଟିନିବଦ୍ଧ କରୁଛି । ଆରବିଆଇର ରିଟେଲ ଡାଇରେକ୍ଟ ଯୋଜନା ଖୁଚୁରା ନିବେଶକଙ୍କ ପାଇଁ ସରକାରୀ ପ୍ରତିଭୂତିରେ ଜନସାଧାରଣଙ୍କ ବର୍ଦ୍ଧିତ ଅଂଶଗ୍ରହଣ ପାଇଁ ଉଦ୍ଦିଷ୍ଟ । ଏହା କେନ୍ଦ୍ର ଓ ରାଜ୍ୟ ସରକାରମାନଙ୍କ ଦ୍ୱାରା ଜାରି କରାଯାଉଥିବା ପ୍ରତିଭୂତିରେ ସିଧାସଳଖ ନିବେଶ କରିବାକୁ ଏକ ନୂଆ ସୁଯୋଗ ସୃଷ୍ଟି କରୁଛି । ନିବେଶକମାନେ ଏହାଦ୍ୱାରା ଆରବିଆଇରେ ଅନ୍ଲାଇନରେ ସେମାନଙ୍କର ପ୍ରତିଭୂତି ଆକାଉଣ୍ଟ ଖୋଲି ତାହାକୁ ମାଗଣାରେ ପରିଚାଳନା କରିବାର ସୁବିଧା ପାଇପାରିବେ । ସେହିଭଳି ଆରବିଆଇର ସମନ୍ୱିତ ଲୋକପାଳ ଯୋଜନା ଆରବିଆଇ ଦ୍ୱାରା ନିୟନ୍ତ୍ରିତ ସଂସ୍ଥାଗୁଡିକ ବିରୁଦ୍ଧରେ ଆସୁଥିବା ଗ୍ରାହକଙ୍କ ଅଭିଯୋଗଗୁଡିକର ସମାଧାନ ବ୍ୟବସ୍ଥାରେ ପୁନଃ ଉନ୍ନତି ଆଣିବାକୁ ଉଦ୍ଦିଷ୍ଟ । ଏହାଦ୍ୱାରା ଏକ ରାଷ୍ଟ୍ର- ଜଣେ ଲୋକପାଳ ଏବଂ ଗୋଟିଏ ପୋର୍ଟାଲ, ଗୋଟିଏ ଇମେଲ୍ ଏବଂ ଗ୍ରାହକ ସେମାନଙ୍କ ଅଭିଯୋଗ ଦାଖଲ କରିବାକୁ ଗୋଟିଏ ଠିକଣା ଯୋଗାଇ ଦିଆଯିବ ।
Discussion about this post