ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଲୋକ ପ୍ରିୟ ସୋସିଆଲ ମିଡ଼ିଆ ଆପ୍ପ ଇନଷ୍ଟାଗ୍ରାମ ଚାହୁଁନାହିଁ ୟୁଜର୍ସ ଅଧିକ ସମୟ ଅନଲାଇନ ରୁହନ୍ତୁ । କମ୍ପାନୀ ତାହାର ୟୁଜର୍ସଙ୍କ ଉନ୍ନତ ସ୍ୱାସ୍ଥ୍ୟକୁ ଦୃଷ୍ଟିରେ ରଖି ଟେକ୍ ଏ ବ୍ରେକ୍ ନାମକ ଏକ ନୂଆ ଫିଚର୍ ଟେଷ୍ଟିଂ କରୁଛି। କମ୍ପାନୀର ମୁଖ୍ୟ ଏଡମ ମୋସେରୀଙ୍କ ଅନୁଯାୟୀ, ଦୀର୍ଘ ସମୟରୁ ଏହି ଫିଚର୍ ର ଡିମାଣ୍ଡ କରାଯାଉଥିଲା। ଟେକ୍ ଏ ବ୍ରେକ୍ ଫିଚର୍ ୟୁଜର୍ସଙ୍କୁ ମନେ ପକାଇବ ଯେ ସେମାନେ ପ୍ଲାଟଫର୍ମରେ ବହୁତ ସମୟ ଅତିବାହିତ କରିଛନ୍ତି। ଟ୍ୱିଟରରେ ପୋଷ୍ଟ ହୋଇଥିବା ଏକ ଭିଡିଓରେ ମୋସେରୀ କହିଛନ୍ତି, ଏହି ଫିଚର୍ ଆପଣଙ୍କୁ ଆପରେ ଏକ ନିର୍ଦ୍ଦିଷ୍ଟ ସମୟ ବିତାଇବା ପରେ ଇନଷ୍ଟାଗ୍ରାମରୁ ୧୦, ୨୦ କିମ୍ବା ୩୦ ମିନିଟର ବିରତି ନେବାକୁ କହିବ। ସେ କହିଛନ୍ତି ଯେ ଟେକ୍ ଏ ବ୍ରେକ୍ ର ଡିସେମ୍ବରରେ ଅଧିକ ବ୍ୟାପକ ଭାବରେ ଉପଲବ୍ଧ ହେବ ବୋଲି ଆଶା କରାଯାଉଛି। ସମ୍ପ୍ରତି ଆମେରିକୀୟ ହ୍ୱିସଲବ୍ଲୁର୍ ଫ୍ରାନ୍ସିସ୍ ହାଉନ୍ ପ୍ରକାଶ କରିଛନ୍ତି ଯେ ଲୋକପ୍ରିୟ ସୋସିଆଲ୍ ମିଡିଆ ଆପ୍ ଟିନ୍ ଏଜର୍ସଙ୍କ ମାନସିକ ସ୍ୱାସ୍ଥ୍ୟ ଉପରେ ପ୍ରତିକୂଳ ପ୍ରଭାବ ପକାଇପାରେ। ତେଣୁ ଏହାକୁ ଦୃଷ୍ଟିରେ ରଖି ଇନଷ୍ଟାଗ୍ରାମ ଏହି ନୂଆ ଫିଚର୍ ଆଣିଛି। ଏହି ସମୟରେ, ଫେସବୁକର ଗ୍ଲୋବାଲ ବ୍ୟାପାରର ଉପସଭାପତି ନିକ କ୍ଲେଗ କହିଛନ୍ତି ଯେ ଫଟୋ ସେୟାରିଂ ପ୍ଲାଟଫର୍ମ ଖରାପ କଣ୍ଟେଟ୍ ହଟାଇବା ପାଇଁ ନୂଆ ଫିଚର୍ ଉପସ୍ଥାପନ କରିବ। କ୍ଲେଗ କହିଛନ୍ତି ଯେ ଆମେ ଏପରି କିଛି ଉପସ୍ଥାପନ କରିବାକୁ ଯାଉଛୁ ଯାହା ମୁଁ ଭାବୁଛି ଏକ ବଡ ପରିବର୍ତ୍ତନ ଆଣିବ।






More Stories
ବିମାନରେ ନିଆଁ….
ଲିଭ୍-ଇନ୍ ସମ୍ପର୍କକୁ ମିଳିବ ସ୍ଵାମୀ ସ୍ତ୍ରୀ ମାନ୍ୟତା…..
କ୍ଷମା ମାଗିଲେ ଦୁବେ:ବିଜୁବାବୁ ଷ୍ଟେଟସ୍ ମ୍ୟାନ୍ ଥିଲେ…..