ରିପୋର୍ଟ କାର୍ଡ / ଭୁବନେଶ୍ୱର
ଛାତ୍ରଛାତ୍ରୀଙ୍କ ବୋର୍ଡ ସାର୍ଟିଫିକେଟରେ ତ୍ରୁଟି ଥିଲେ ଡିସେମ୍ବର ୧୦ ଭିତରେ ସଂଶୋଧନ କରି ପାରିବେ | ଏନେଇ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି । ବୋର୍ଡ ୱେବସାଇଟରେ ସଂଶୋଧନ ଫର୍ମ ପୂରଣ ପରିବେ ପ୍ରଧାନ ଶିକ୍ଷକ । ଫର୍ମ ପୂରଣ ପରେ ଆବଶ୍ୟକ ଦସ୍ତାବିଜ୍ ଦାଖଲ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ଏହାକୁ ଆଞ୍ଚଳିକ କାର୍ଯ୍ୟାଳୟର ଉପ ସମ୍ପାଦକଙ୍କ ପାଖରେ ଦାଖଲ କରିବାକୁ ପଡିବ । ଆସନ୍ତା ଡିସେମ୍ବର ୧୦ ତାରିଖ ଯାଏଁ ତ୍ରୁଟି ସଂଶୋଧନ ପାଇଁ ବ୍ୟବସ୍ଥା ରହିଛି ।






More Stories
ଓଡ଼ିଶାର ନୂଆ ରାଜ୍ୟପାଳ ବ୍ରଜ ମୋହନ ରାମ…..
ନେତ୍ରୀଙ୍କୁ ଯୌନ ନିର୍ଯାତନା; ହାବିଲ୍ଦାର ଗିରଫ…..
ସ୍ୱଚ୍ଛ ଓ ସଠିକ୍ ଭୋଟର ତାଲିକା ପାଇଁ ‘SIR’ ଆବଶ୍ୟକ…..