Report Card Odisha

| Daily Odia News

ରାଜଧାନରେ ଲାଗୁ ହେବ ସପ୍ତାହନ୍ତ ଲକଡାଉନ……

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

ପ୍ରଦୂଷଣରେ ଆଉଟପାଉଟ ହେଉଛନ୍ତି ଦେଶର ରାଜଧାନୀ ଦିଲ୍ଲୀବାସୀ | ଲାଗୁ ହୋଇପାରେ ସପ୍ତାହନ୍ତ ଲକଡାଉନ। ସେହିପରି ଗୋଟିଏ ସପ୍ତାହ ପାଇଁ ଘରେ ରହି କାମ କରିବାର ନିୟମ ମଧ୍ୟ ପ୍ରଣୟନ କରାଯିବ। ସପ୍ତାହନ୍ତ ଲକଡାଉନ ପାଇଁ ଦିଲ୍ଲୀ ସରକାର ପ୍ରସ୍ତୁତ ବୋଲି ଆଜି କହିଛନ୍ତି। ଦିଲ୍ଲୀ, ପଞ୍ଜାବ, ହରିୟାଣା ଏବଂ ଉତ୍ତରପ୍ରଦେଶ ରାଜ୍ୟର ମୁଖ୍ୟ ସଚିବଙ୍କ ସହ କେନ୍ଦ୍ର ସରକାରଙ୍କ ବୈଠକ ହେବ । ଏହି ବୈଠକରେ କିଛି ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଉପରେ ଆଲୋଚନା ଓ ନିଷ୍ପତ୍ତି ନିଆଯାଇପାରେ। ପ୍ରଦୂଷଣ ମାମଲାକୁ ନେଇ ଦିଲ୍ଲୀ ସରକାରଙ୍କ ପକ୍ଷରୁ ସତ୍ୟପାଠ ଦାଖଲ କରାଯାଇଛି ।ବାୟୁ ପ୍ରଦୂଷଣ ନିୟନ୍ତ୍ରଣ କରିବାକୁ ସଂପୂର୍ଣ୍ଣ ଲକଡାଉନ୍‌ ପାଇଁ ଦିଲ୍ଲୀ ପ୍ରସ୍ତୁତ ବୋଲି ସୁପ୍ରିମକୋର୍ଟରେ କହିଛନ୍ତି ଦିଲ୍ଲୀ ସରକାର। ତେବେ NCR ଅଞ୍ଚଳରେ ବି ଲକଡାଉନ୍‌ କରିବାକୁ ଦିଲ୍ଲୀ ସରକାର ପରାମର୍ଶ ଦେଇଛନ୍ତି। ପଡ଼ୋଶୀ ରାଜ୍ୟ NCR ଅଞ୍ଚଳରେ ଲକଡାଉନ୍‌ ଲାଗୁ ହେଲେ ଆହୁରି ଫଳପ୍ରଦ ହେବ ବୋଲି ଦିଲ୍ଲୀ ସରକାର ସୁପ୍ରିମକୋର୍ଟରେ ଜଣାଇଛନ୍ତି । କୋର୍ଟ କେନ୍ଦ୍ର ସରକାର ଏବଂ ଦିଲ୍ଲୀ, ପଞ୍ଜାବ ଓ ହରିୟାଣା ସରକାରଙ୍କୁ ୨୪ ଘଣ୍ଟାରେ ଆକ୍ସନ ପ୍ଲାନ ପ୍ରସ୍ତୁତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଟ୍ରାନ୍ସପୋର୍ଟ, କାରଖାନା ହେଉଛି ପ୍ରଦୂଷଣର ମୁଖ୍ୟ କାରଣ ବୋଲି ସୂଚନା ମିଳିଛି। ତେବେ ଏହାରି ମଧ୍ୟରେ ଦିଲ୍ଲୀରେ ପ୍ରଦୂଷଣର ମାତ୍ରାରେ ସାମାନ୍ୟ ସୁଧାର ଆସିଛି। ତଥାପି ବିଷ ବଳୟରେ ରହିଛି ଦିଲ୍ଲୀ। ଗତକାଲି ଦିଲ୍ଲୀର ଅନେକ ସ୍ଥାନରେ AQI ମାନ ୩ଶହରୁ ଅଧିକ ରେକର୍ଡ ହୋଇଛି । ଗତ ଶନିବାର ଦିନ AQI ମାନ ୪୩୭ ରେକର୍ଡ ହୋଇଥିଲା । ତେବେ ଦିଲ୍ଲୀରେ ଧୂଆଁମୟ ପରିବେଶ ରହିଛି। ଦିନ ସାରା ସୂର୍ଯ୍ୟ ଦେବଙ୍କ ଦେଖା ମିଳୁନି ।ପ୍ରଦୂଷଣ ମାତ୍ରାରେ ଯଦି, ତୁରନ୍ତ ନିୟନ୍ତ୍ରଣ ନଆସେ ତେବେ ଡିସେମ୍ବରରେ ଏହି ପରିସ୍ଥିତି ଅଧିକ ବିଗିଡ଼ି ପାରେ।

Breaking News