ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଶବ ସତ୍କାର କରି ଫେରିବା ବାଟରେ ନିଜେ ଶବ ହୋଇଗଲେ । ଏଭଳି ବଡ଼ ଧରଣର ସଡ଼କ ଦୁର୍ଘଟଣା ଘଟିଛି ବିହାରର ଜମୁଇରେ।ଗୋଟିଏ କାର୍ କୁ ଏକ ଟ୍ରକ୍ ଧକ୍କା ଦେବା ଫଳରେ ୬ ଜଣଙ୍କର ଘଟଣାସ୍ଥଳରେ ମୃତ୍ୟୁ ହୋଇଯାଇଛି । ଏଥିସହିତ ଚାରି ଜଣ ଗୁରୁତର ଭାବରେ ଆହତ ହୋଇଛନ୍ତି । ସେମାନଙ୍କ ଅବସ୍ଥା ଏବେ ଶୋଚନୀୟ ହୋଇପଡ଼ିଛି । ମିଳିଥିବା ସୂଚନା ମୁତାବକ, ସିକନ୍ଦରା-ଶେଖପୁର ମୁଖ୍ୟ ରାସ୍ତାରେ ଏହି ବଡ଼ ଧରଣର ଅଘଟଣ ଘଟିଛି । ମୃତାହତ ମାନେ ଶବ ସତ୍କାର ସାରି ପାଟନାରୁ ଜମୁଇକୁ ଫେରୁଥିଲେ । ଏହି ସମୟରେ ଏହି ଦୁର୍ଘଟଣା ଘଟିଯାଇଥିଲା । ଗୋଟିଏ ଟ୍ରକ୍ ତାଙ୍କ ଗାଡ଼ି ସହ ଖୁବ୍ ଜୋରରେ ଧକ୍କା ହୋଇଥିଲା । ଟ୍ରକ୍ ଟି ଏତେ ଜୋରରେ ଧକ୍କା ଦେଇଥିଲା ଯେ, ଘଟଣାସ୍ଥଳରେ ହିଁ ୬ଜଣଙ୍କର ମୃତ୍ୟୁ ହୋଇଗଲା । ଗମ୍ଭୀର ଭାବରେ ଆହତ ହୋଇଥିବା ୪ଜଣଙ୍କୁ ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରରାଯାଇଛି । ତେବେ ମୃତାହତ ମାନଙ୍କ ପରିବାରକୁ ପୋଲିସ୍ ସୂଚନା ଦେଇଛି ।






More Stories
ପ୍ରଧାନମନ୍ତ୍ରୀ ମୋଦୀଙ୍କ ବାସଭବନ ନିକଟରେ କଂଗ୍ରେସର ପ୍ରତିବାଦ….
ପେପର ଲିକ୍ କୌଣସି ରାଜନୈତିକ ପ୍ରସଙ୍ଗ ନୁହେଁ…..
ସୋନମ ୱାଙ୍ଗଚୁକଙ୍କ ସ୍ବାସ୍ଥ୍ୟାବସ୍ଥା ଉପରେ ଅପଡେଟ୍ କଲା ହସ୍ପିଟାଲ….