Report Card Odisha

| Daily Odia News

ବଡ଼ ଓଷାରେ ବଡ଼ ସିଂହାର ବେଶରେ ବାବା ଧବଳେଶ୍ବର…..

ରିପୋର୍ଟ କାର୍ଡ / ଭୁବନେଶ୍ୱର

ବାବା ଧବଳେଶ୍ୱରଙ୍କ ପୀଠରେ ବଡଓଷା ପାଳନ କରାଯାଉଛି । ଆଜି ବାବା ଧବଳେଶ୍ବର ବଡ଼ସିଂହାର ବେଶ ହେବେ । କିନ୍ତୁ କରୋନା କଟକଣା ପାଇଁ ଏହି ଦେବ ଦୁର୍ଲ୍ଲଭ ବେଶ ଦର୍ଶନରୁ ଭକ୍ତ ବଂଚିତ ହେବେ । ତେବେ କାର୍ତ୍ତିକ ପୂର୍ଣ୍ଣିମା ଅର୍ଥାତ ଆସନ୍ତା ୧୯ ତାରିଖ ପର୍ଯ୍ୟନ୍ତ ଧବଳେଶ୍ୱର ପୀଠରେ ୧୪୪ ଧାରା ଲାଗୁ କରିଛି ଆଠଗଡ଼ ପ୍ରଶାସନ । ଭକ୍ତଙ୍କ ଭିଡ଼କୁ ଦୃଷ୍ଟିରେ ରଖି ପଞ୍ଚୁକ ସମେତ ବଡ଼ଓଷା ଠାରୁ କାର୍ତ୍ତିକ ପୂର୍ଣ୍ଣିମା ପର୍ଯ୍ୟନ୍ତ ସଂପୂର୍ଣ୍ଣ ଭାବେ ପୀଠରେ କଟକଣା ଲାଗିଛି । ଶ୍ରଦ୍ଧାଳୁ ଏବଂ ହବିଶ୍ୟାଳୀଙ୍କୁ ପୀଠକୁ ଆସିବାକୁ ବାରଣ କରାଯାଇଛି । କେବଳ ପୂଜକ ସମିତି ପକ୍ଷରୁ ରୀତିନୀତି ସମ୍ପନ୍ନ କରାଯାଇଛି । ଆଜି ରାତ୍ରି ୪ ଟାରୁ ପହଡ ଖୋଲାଯାଇ ୧୦୮ପବିତ୍ର ପଞ୍ଚାମୃତ ଜଳରେ ବାବା ଧବଳେଶ୍ବରଙ୍କ ସ୍ନାନ କରାଯାଇଥିଲା । ମଙ୍ଗଳ ଆଳତୀ ସକାଳ ଧୂପ ଆଦି ସମସ୍ତ ରୀତିକାନ୍ତି ପୂଜକ ସମିତି ପକ୍ଷରୁ ସମ୍ପନ୍ନ କରାଯାଇଛି । ଅନ୍ୟପଟେ ତ୍ରୟୋଦଶୀ ଓ ଚର୍ତୁଃଦଶୀର ଶନ୍ଧିକ୍ଷଣରେ ବାବା ଧବଳେଶ୍ବରଙ୍କୁ ଗଜଭୋଗ ଲାଗି କରାଯିବ। ସେଥିପାଇଁ ପୂଜକ ସମିତି ପକ୍ଷରୁ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି। ଚଳିତ ବର୍ଷ କରୋନା କଟକଣା ପାଇଁ ଧବଳେଶ୍ବର ପୀଠରେ ବିନା ଭକ୍ତରେ ବଡ଼ସିଂହାର ବେଶରେ ଦର୍ଶନ ଦେଉଛନ୍ତି ବାବା ଧବଳେଶ୍ୱର ।

Breaking News