ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ବିଲେଇ ଜଣେ ନବଜାତ ଶିଶୁର ଜୀବନ ବଞ୍ଚାଇ ଦେଇଛନ୍ତି । ଭାସିଯାଉଥିବା ଶିଶୁକୁ ନୂଆ ଜୀବନ ମିଳିଛି । ଏମିତି ଘଟଣା ଘଟିଛି ମୁମ୍ବାଇର ପନ୍ତନଗର ଅଞ୍ଚଳରେ । ସୂଚନା ଅନୁସାରେ – ନିକଟରେ ଥିବା ଏକ ଡ୍ରେନ୍ରେ ଗୋଟିଏ ନବଜାତ ଶିଶୁ ଭାସି ଯାଉଥିଲା । ତେବେ ସେଠାରେ ଥିବା କିଛି ବିଲେଇ କପଡା ଗୁଡା ହୋଇଥିବା ଦେଖି ହଠାତ୍ ଚିକ୍ତାର କରଥିଲେ । ଚିକ୍ତାରର ମାତ୍ରା ଏତେ ଭୟଙ୍କର ଥିଲା ଯେ ଆଖପାଖର ଲୋକେ ପଳାଇଆସିଥିଲେ । ଲୋକେ ଆସିବା ପରେ ପୋଲିସକୁ ସୂଚନା ଦେଇଥିଲେ। ପରେ ପୋଲିସ ଆସିବାରୁ ସେ ନବଜାତକର ଜୀବନ ବଞ୍ଚିଯାଇଥିଲା । ପୋଲିସ ଏବେ ଶିଶୁଟିକୁ ଧରି ଏକ ଫଟୋ ସେୟାର କରିଛି । ଟୁଇଟ୍ରେ ପୋଲିସ କହିଛି, ଶିଶୁଟିକୁ ପନ୍ତନଗର ପୋଲିସ ଷ୍ଟେସନର ନିର୍ଭାୟ ସ୍କ୍ୱାଡ ଦ୍ୱାରା ରାଜୱାଡି ହସ୍ପିଟାଲ ନିଆଯାଇଥିଲା । ଏବେ ଶିଶୁଟି ସୁସ୍ଥ ଅଛି । ଶିଶୁଟିର ପିତା ମାତା କିଏ ତାହା ଅଯାଏ ଜଣାପଡିନାହିଁ ।






More Stories
ପ୍ରଧାନମନ୍ତ୍ରୀ ମୋଦୀଙ୍କ ବାସଭବନ ନିକଟରେ କଂଗ୍ରେସର ପ୍ରତିବାଦ….
ପେପର ଲିକ୍ କୌଣସି ରାଜନୈତିକ ପ୍ରସଙ୍ଗ ନୁହେଁ…..
ସୋନମ ୱାଙ୍ଗଚୁକଙ୍କ ସ୍ବାସ୍ଥ୍ୟାବସ୍ଥା ଉପରେ ଅପଡେଟ୍ କଲା ହସ୍ପିଟାଲ….