ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଅନ୍ୟମାନଙ୍କ ଅପେକ୍ଷା ଟିଭି ବିତର୍କ ଅଧିକ ପ୍ରଦୂଷ ସୃଷ୍ଟି କରୁଛି । ଟିଭି ବିତର୍କକୁ ନେଇ ସୁପ୍ରିମକୋର୍ଟର ପ୍ରଧାନ ଜଷ୍ଟିସ ବିଚାରପତି ଏନ.ଭି ରମଣ ବିରକ୍ତି ପ୍ରକାଶ କରି କହିଛନ୍ତି| ସେ କହିଛନ୍ତି ଯେ, ଅଦାଲତ ପକ୍ଷରୁ କରାଯାଉଥିବା ଛୋଟ ଛୋଟ ପର୍ଯ୍ୟବେକ୍ଷଣକୁ ମଧ୍ୟ ବିବାଦୀୟ ପ୍ରସଙ୍ଗରେ ପରିଣତ କରାଯାଉଛି। ଜଷ୍ଟିସ ଏନ୍.ଭି. ରମନା ଆହୁରି ମଧ୍ୟ କହିଛନ୍ତି ଯେ, ଦିଲ୍ଲୀରେ ଥିବା ପାଞ୍ଚ/ସାତ ତାରକା ହୋଟେଲ୍ରେ ବସି ସେମାନେ ଏହି ପ୍ରଦୂଷଣରେ କୃଷକମାନଙ୍କ ୩୦/୪୦% ଅବଦାନ ଥିବା କଥା କହି ସମାଲୋଚନା କରୁଛନ୍ତି। ‘ଲ୍ୟାଣ୍ଡ୍ ହୋଲ୍ଡିଙ୍ଗ୍’ପିଛା କୃଷକମାନଙ୍କର ଆୟ ଆପଣମାନେ ଜାଣନ୍ତି କି? ନିଷେଧାଦେଶ ସତ୍ତ୍ବେ ବାଣ ଫୁଟାଯିବା କଥାକୁ ଆମେ ହେୟଜ୍ଞାନ କରୁଛୁ। ନଭେମ୍ବର ମାସରେ ହୋଇଥିବା ନଡ଼ାପୋଡ଼ି ସଂଖ୍ୟା ଖୁବ୍ ଅଧିକ ହୋଇଥିଲେ ବି ତାହାକୁ ବାଦ୍ ଦିଆଯିବା ଉଚିତ ବୋଲି ଦିଲ୍ଲୀ ସରକାରଙ୍କ ତରଫରୁ ହାଜର ହୋଇଥିବା ଆଡ୍ଭୋକେଟ୍ ଅଭିଷେକ ମନୁ ସିଂହୱି କହିବା ପରେ ସୁପ୍ରିମ୍ କୋର୍ଟ ଉପରୋକ୍ତ ମନ୍ତବ୍ୟ ଦେଇଛନ୍ତି। କିନ୍ତୁ, ନଡ଼ାପୋଡ଼ି ଯୋଗୁଁ କେତେ ପରିମାଣରେ ପ୍ରଦୂଷଣ ହୋଇଛି ତାହାର ସଠିକ ଆକଳନ ହୋଇନାହିଁ।






More Stories
ଅସ୍ତ୍ର ବିରତି ସତ୍ତ୍ବେ ଇସ୍ରାଏଲର ଆକ୍ରମଣ ଜାରି….
ସାରା ରାଜ୍ୟ ଉପରେ ରହିବ ସରକାରଙ୍କ ନଜର….
ଆଜି ଆସାମ,କେରଳ ଓ ପୁଡୁଚେରୀ ନିର୍ବାଚନ…..