Report Card Odisha

| Daily Odia News

ଆଇପିଏସ୍‌ ସ୍ତରରେ ଅଦଳବଦଳ, ବଦଳିଲେ ସୁଧାଂଶୁ ଷଢ଼ଙ୍ଗୀ…..

ରିପୋର୍ଟ କାର୍ଡ / ଭୁବନେଶ୍ୱର

ଆଇପିଏସ୍‌ ସ୍ତରରେ ବଡ଼ ଧରଣର ଅଦଳ ବଦଳ କରିଛନ୍ତି ରାଜ୍ୟ ସରକାର। ବରିଷ୍ଠ ଆଇପିଏସ୍‌ ତଥା ଟ୍ୱିନସିଟିର ପୂର୍ବତନ ପୋଲିସ କମିଶନର ଡ. ସୁଧାଂଶୁ ଷଡ଼ଙ୍ଗୀଙ୍କୁ ପୂର୍ବତଟ ରେଳବାଇ ଓ ତଟରକ୍ଷା ବାହିନୀର ଏଡିଜି ଦାୟିତ୍ୱ ଦିଆଯାଇଛି । ଏନେଇ ଗୃହ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି । ପୂର୍ବରୁ ଓଡ଼ିଶା ରାଜ୍ୟ ଆରକ୍ଷୀ ଗୃହ ନିର୍ମାଣ ଓ କଲ୍ୟାଣ ନିଗମ (ଓପିଏଚ୍‌ଡବ୍ଲ୍ୟୁସି)ର ସିଏମ୍‌ଡି ଥିବା ଶ୍ରୀ ଷଡ଼ଙ୍ଗୀଙ୍କୁ ଗତ ଜୁନ୍‌ରେ ଗୃହ ବିଭାଗ ଅଫିସର ଅନ୍‌ ସ୍ପେଶାଲ ଡ୍ୟୁଟି (ଓଏସ୍‌ଡି)ର ଦାୟିତ୍ୱ ଦିଆଯାଇଥିଲା । ଶ୍ରୀ ଷଡ଼ଙ୍ଗୀଙ୍କ ସ୍ଥାନରେ ୧୯୮୮ ବ୍ୟାଚ୍‌ ଆଇପିଏସ୍‌ ତଥା ଅତିରିକ୍ତ ପୋଲିସ ମହାନିର୍ଦ୍ଦେଶକ (ଏଡିଜି) ବିନୟାନନ୍ଦ ଝା’ଙ୍କୁ ଗୃହ ବିଭାଗର ଓଏସ୍‌ଡିର ଦାୟିତ୍ୱ ମିଳିଛି । ସେପଟେ ଶ୍ରୀ ଝା’ଙ୍କ ସ୍ଥାନରେ ୧୯୮୯ ବ୍ୟାଚ୍‌ ଆଇପିଏସ ପ୍ରାଣବିନ୍ଦୁ ଆଚାର୍ଯ୍ୟଙ୍କୁ ରାଜ୍ୟ ମାନବ ଅଧିକାର ଆୟୋଗର ଏଡିଜି ଦାୟିତ୍ୱ ଦିଆଯାଇଛି । ଶ୍ରୀ ଆଚାର୍ଯ୍ୟ ଏବେ ପୂର୍ବତଟ ରେଳବାଇ ଓ ତଟରକ୍ଷା ବାହିନୀର ଏଡିଜି ଭାବେ କାର୍ଯ୍ୟରତ । ୨୦୦୩ ବ୍ୟାଚ୍‌ ଆଇପିଏସ୍‌ ତଥା ଆଇଜି (ବୈଷୟିକ) ସଫୀନ ଅହମ୍ମଦ କେ.ଙ୍କୁ ଅଗ୍ନିଶମ ଓ ହୋମଗାର୍ଡ ବିଭାଗକୁ ବଦଳି କରାଯାଇଛି । କ୍ରାଇମ୍‌ବ୍ରାଞ୍ଚ ଏସ୍‌ପି ଥିବା ୨୦୧୩ ବ୍ୟାଚ୍‌ ଆଇପିଏସ୍‌ ଏଲ୍‌. ଦିବ୍ୟା ଭି.ଙ୍କୁ ଢେଙ୍କାନାଳ ଏସ୍‌ପିର ଦାୟିତ୍ୱ ମିଳିଛି ।

Breaking News