ରିପୋର କାର୍ଡ଼ / ନୂଆଦିଲ୍ଲୀ
କେନ୍ଦ୍ର ସରକାର ଆଣିଥିବା ୩ ବିବାଦୀୟ କୃଷି ଆଇନକୁ ଶେଷରେ ପ୍ରତ୍ୟାହାର କରିବାକୁ ନିଷ୍ପତ୍ତି ନେଇଛନ୍ତି। ଆଜି ନିଜେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଘୋଷଣା କରିଛନ୍ତି। ଦୀର୍ଘ ଦିନ ହେଲା କୃଷି ଆଇନକୁ ବିରୋଧ କରି ଆନ୍ଦୋଳନ କରୁଥିବା ଚାଷୀମାନେ ଏହି ବଡ଼ ବିଜୟରେ ଖୁସି ହେବା ସହ ନିଷ୍ପତ୍ତିକୁ ସ୍ୱାଗତ କରିଛନ୍ତି। କିନ୍ତୁ ତତ୍କାଳ ଭାବେ ଆନ୍ଦୋଳନ ବନ୍ଦ ହେବନି ବୋଲି ସେମାନେ କହିଛନ୍ତି। ଏଥିସହ ଏମଏସପି ଉପରେ ଆଇନଗତ ମାନ୍ୟତା ଦାବି କରିଛନ୍ତି। ମୋଦି ଆଜି କୃଷି ଆଇନ ପ୍ରତ୍ୟାହାର କରିବା ସମୟରେ ଏମଏସ୍ପିକୁ ଅଧିକ ପ୍ରଭାବୀ କରିବା ପାଇଁ ସ୍ୱତନ୍ତ୍ର କମିଠି ଗଠନ କରାଯିବ ବୋଲି କହିଛନ୍ତି। ଏଥିରେ ଉଭୟ କେନ୍ଦ୍ର ଓ ରାଜ୍ୟର ପ୍ରତିନିଧି ରହିବେ। ଏହି ଘୋଷଣା ସତ୍ତ୍ୱେ ସଂଯୁକ୍ତ କିଷାନ ମୋର୍ଚ୍ଚା ପକ୍ଷରୁ ଆନ୍ଦୋଳନ ଜାରି ରହିବ ବୋଲି କୁହାଯାଇଛି। ରାକେଶ ଟିକାୟତ ଟ୍ୱିଟ କରି କହିଛନ୍ତି ଯେ ଆନ୍ଦୋଳନ ତତ୍କାଳ ଭାବେ ବନ୍ଦ ହେବନି। ଆମେ ସଂସଦରେ କୃଷି ଆଇନ ପ୍ରତ୍ୟାହାର ହେବା ଯାଏ ଅପେକ୍ଷା କରିବୁ। ସରକାର ଚାଷୀଙ୍କ ଏମଏସ୍ପି ସହିତ ଅନ୍ୟ ପ୍ରସଙ୍ଗ ଉପରେ ମଧ୍ୟ କଥାବାର୍ତ୍ତା କରନ୍ତୁ।






More Stories
ହାଇଦ୍ରାବାଦ ଯାଉଥିବା ବ୍ରିଟିଶ ଏୟାରୱେଜ୍ ବିମାନକୁ ବୋମା ଧମକ…..
ସମ୍ବିଧାନ ଉଚ୍ଛେଦ ପାଇଁ ପ୍ରସ୍ତାବ ଦେଉଛି ବିଜେପି……
ଦିଲ୍ଲୀରେ ବିଶ୍ବହିନ୍ଦୁ ପରିଷଦର ବିକ୍ଷୋଭ…..