Report Card Odisha

| Daily Odia News

କୃଷି ଆଇନରେ ଥିଲା କ୍ରାନ୍ତିକାରୀ ପରିବର୍ତ୍ତନର କ୍ଷମତା:କୃଷିମନ୍ତ୍ରୀ…..

The Union Minister for Rural Development, Panchayati Raj, Drinking Water & Sanitation and Urban Development, Shri Narendra Singh Tomar addressing at the launch of the Swachh Sarvekshan (Gramin)- 2017, in New Delhi on August 08, 2017.

ରିପୋର୍ଟ କାର୍ଡ଼ / ନୂଆଦିଲ୍ଲୀ

କେନ୍ଦ୍ର ସରକାର ଆଣିଥିବା ନୂଆ କୃଷି ଆଇନକୁ କୃଷକ ବିରୋଧ କରିବାର ୧୯ ମାସ ପରେ ସରକାର ନିଷ୍ପତ୍ତି ବଦଳି ଛନ୍ତି। ଶୁକ୍ରବାର ୩ କୃଷି ଆଇନକୁ ପ୍ରତ୍ୟାହାର କରିବା ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଘୋଷଣା କରିଛନ୍ତି। ଏହାପରେ କେନ୍ଦ୍ର କୃଷି ମନ୍ତ୍ରୀ ନରେନ୍ଦ୍ର ସିଂ ତୋମାର କହିଛନ୍ତି, ନୂଆ କୃଷି ଆଇନରେ କୃଷକଙ୍କର ଲାଭ ହୋଇଥାଆନ୍ତା। ଏହି ଆଇନ ଆଣିବା ପଛରେ ପ୍ରଧାନମନ୍ତ୍ରୀଙ୍କ ଉଦ୍ଦେଶ୍ୟ ଥିଲା କୃଷକଙ୍କ ଜୀବନରେ କ୍ରାନ୍ତିକାରୀ ପରିବର୍ତ୍ତନ । ହେଲେ ଦୁଃଖ ଲାଗୁଛି କି ଦେଶର କେତେଜଣ କୃଷକଙ୍କୁ ଆମେ ଏହି କୃଷି ଆଇନର ଲାଭ ବିଷୟରେ ବୁଝାଇବାକୁ ବିଫଳ ହୋଇଛୁ । ଫଳରେ ଆମେ ଏହାକୁ ରଦ୍ଦ କରିବାକୁ ବାଧ୍ୟ ହୋଇଛୁ । କୃଷିମନ୍ତ୍ରୀ ଆହୁରି ମଧ୍ୟ କହିଛନ୍ତି ଦେଶ ଏହାର ସାକ୍ଷୀ ଯେ ଯେବେଠରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୨୦୧୪ରେ ଶାସନ ଡୋର ସମ୍ଭାଳିଲେଣି , ତାଙ୍କ ସରକାରଙ୍କ ପ୍ରତିବଦ୍ଧତା କୃଷକ ଓ କୃଷି ପାଇଁ ରହିଛି । ପରିଣାମ ସ୍ୱରୂପ ଆପଣମାନେ ଦେଖିଛନ୍ତି ଗତ ୭ ବର୍ଷ ମଧ୍ୟରେ କୃଷିକୁ ଲାଭ ପହଞ୍ଚାଇବା ଭଳି କେତେ ଯୋଜନା ଆରମ୍ଭ କରାଯାଇଛି । କୃଷିମନ୍ତ୍ରୀ କହିଛନ୍ତି କେନ୍ଦ୍ର ସରକାର ସବୁବେଳେ କୃଷକଙ୍କ କଲ୍ୟାଣ ପାଇଁ କାମ କରିଛନ୍ତି ।

 

Breaking News