ରିପୋର୍ଟ କାର୍ଡ଼ / ରାଞ୍ଚି
ସରକାରୀ ବିଦ୍ୟାଳୟର ସମସ୍ତ ଶିକ୍ଷକ ପୂର୍ବ ଅପେକ୍ଷା ଆଉ ୧ ଘଣ୍ଟା ଅଧିକ ରହିବେ | ଏନେଇ ଝାଡଖଣ୍ଡ ସରକାର କହିଛନ୍ତି । ବିଦ୍ୟାଳୟ ଶିକ୍ଷା ଓ ସାକ୍ଷରତା ବିଭାଗ ପକ୍ଷରୁ ଏ ସମ୍ବନ୍ଧରେ ଏକ ଚିଠି ଜାରି କରାଯାଇଛି । ଶିକ୍ଷା ସଚିବ ରାଜେଶ କୁମାର ଶର୍ମା ଦ୍ୱାରା ଜିଲ୍ଲାକୁ ପଠାଯାଇଥିବା ଚିଠିରେ କୁହାଯାଇଛି ଯେ, ବିଦ୍ୟାଳୟର ସଞ୍ଚଳାନ ଅବଧିରେ ପରିବର୍ତ୍ତନ କରାଯାଇଛି । ଛାତ୍ରଛାତ୍ରୀଙ୍କ ଛୁଟି ପରେ ବି ଶିକ୍ଷକମାନେ ଏକ ଘଣ୍ଟା ପାଇଁ ବିଦ୍ୟାଳୟରେ ରହିବେ । ପାଠ ପଢାର କାର୍ଯ୍ୟ ପୂର୍ବ ପରି ମାତ୍ର ଛଅ ଘଣ୍ଟା ରହିବ । ଏପ୍ରିଲ୍ ୧ ରୁ ୩୦ ଜୁନ୍ ପର୍ଯ୍ୟନ୍ତ ବିଦ୍ୟାଳୟ ସକାଳ ୭ଟାରୁ ସକାଳ ୨ଟା ଓ ଜୁଲାଇ ୧ ରୁ ୩୧ ମାର୍ଚ୍ଚ ପର୍ଯ୍ୟନ୍ତ ବିଦ୍ୟାଳୟ ସକାଳ ୯ରୁ ୪ଟା ପର୍ଯ୍ୟନ୍ତ ଚାଲିବ । ଶିକ୍ଷକମାନଙ୍କୁ ବିଦ୍ୟାଳୟ ଖୋଲିବାର ୧୫ ମିନିଟ ପୂର୍ବରୁ ଓ ପିଲାମାନେ ୧୦ ମିନିଟ ପୂର୍ବରୁ ଆସିବେ । ଚିଠିରେ ଦର୍ଶାଯାଇଛି ଯେ, ଶିକ୍ଷା ଅଧିକାର ଆଇନ ଅନୁଯାୟୀ ଶିକ୍ଷକମାନଙ୍କୁ ବିଦ୍ୟାଳୟରେ ଗୁଣାତ୍ମକ ଶିକ୍ଷା ନିଶ୍ଚିତ କରିବାକୁ ସପ୍ତାହକୁ ୪୫ ଘଣ୍ଟା କାର୍ଯ୍ୟ ଅବଧି ସମାପ୍ତ କରିବାକୁ ପଡିବ ।






More Stories
ବାଂଲାଦେଶରେ ଥମୁନି ହିଂସା,ଆଉ ଜଣେ ନେତାଙ୍କୁ ଗୁଳି…..
ନିଜକୁ ଗୁଳି କଲେ ପୂର୍ବତନ ଆଇଜି…..
ଇଣ୍ଡୋନେସିଆରେ ଭୟଙ୍କର ଦୁର୍ଘଟଣା,୧୬ ମୃତ…..