ରିପୋର୍ଟ କାର୍ଡ଼ / ପୁରୀ
ପୋଖରୀରେ ଭାସୁଥିବା ଡ଼ଙ୍ଗା ଆଣିବାକୁ ଯାଇ ୨ ନାବାଳକ ବୁଡ଼ି ଯାଇ ମୃତ୍ୟୁ ଘଟିଛି। ଏପରି ହୃଦୟବିଦାରକ ଘଟଣା ଘଟିଛି ଆଜି ପୁରୀ ଜିଲ୍ଲା ନିମାପଡ଼ା ଥାନା ଅଞ୍ଚଳରେ । କାର୍ତ୍ତିକ ପୂର୍ଣ୍ଣିମା ପାଇଁ ଆଳିପିଙ୍ଗଳ ଗାଁ ଉତ୍ସବ ମୁଖର ହୋଇଥିଲା। ଡ଼ଙ୍ଗା ଭସା ସରିବା ପରେ ସଂକୀର୍ତ୍ତନମଣ୍ଡଳୀ ଗାଁ ପରିକ୍ରମା କରିଥିଲା। ସଂକୀର୍ତ୍ତନ ମଣ୍ଡଳୀ ସହିତ ୭ ବର୍ଷର ଶକ୍ତି ସାହୁ ଓ ୧୦ ବର୍ଷର ସାଇରାମ ବାରିକ ବୁଲୁଥିଲେ। ପୋଖରୀରେ ଭାସୁଥିବା ଡଙ୍ଗା ଆଣିବାକୁ ସେମାନେ ଯାଉଥିଲେ। ଅସାବଧାନତା ଯୋଗୁ ସେମାନଙ୍କ ପାଦ ଖସି ଯାଇଥିଲା। ପାଦ ଖସି ଯିବାରୁ ଶକ୍ତି ଓ ସାଇରାମ ପୋଖରୀରେ ବୁଡ଼ି ଯାଇଥିଲେ। ପୋଖରୀ କୂଳରେ ଜଣେ ପିଲା ଏହା ଦେଖି କୀର୍ତ୍ତନମଣ୍ଡଳୀରେ ଥିବା ଲୋକଙ୍କୁ ଡାକିଥିଲେ। ସଙ୍ଗେ ସଙ୍ଗେ ସେମାନଙ୍କୁ ଉଦ୍ଧାର କରାଯାଇ ନିମାପଡ଼ା ମେଡ଼ିକାଲ୍ରେ ଭର୍ତ୍ତି କରାଯାଇଥିଲା। ସେଠାରେ ଡାକ୍ତର ସେମାନଙ୍କୁ ମୃତ ଘୋଷଣା କରିଥିଲେ।






More Stories
କାର୍କୁ ଘୋଷାଡ଼ି ନେଲା ଟ୍ରକ…..
ଖଣ୍ଡଗିରିରୁ ଏମ୍ସ ହେବ ସ୍ବତନ୍ତ୍ର କରିଡର….
ଦିଲ୍ଲୀ ବ୍ଲାଷ୍ଟ କେସ୍ ସହିତ ଏମାନଙ୍କ କୌଣସି ସଂପର୍କ ନାହିଁ……