Report Card Odisha

| Daily Odia News

ଗୋବିନ୍ଦ ସାହୁର ହେବ ହସ୍ତାକ୍ଷର ଯାଞ୍ଚ……

ରିପୋର୍ଟ କାର୍ଡ / ଭୁବନେଶ୍ୱର

ବହୁଚର୍ଚ୍ଚିତ ଶିକ୍ଷୟିତ୍ରୀ ମମିତା ମେହେର ହତ୍ୟା ମାମଲାରେ ଗୋବିନ୍ଦ ସାହୁର ହେବ ହସ୍ତାକ୍ଷର ଯାଞ୍ଚ | ସନସାଇନ୍ ସ୍କୁଲ ଓ ମହାଲିଙ୍ଗ କଲେଜର ଗୁମର ତଦନ୍ତ ପାଇଁ ଅଧିକ ପ୍ରମାଣ ଯୋଗାଡ଼ କରିବାରେ ଲାଗିଛି ପୋଲିସ | ଗୋବିନ୍ଦର ହସ୍ତାକ୍ଷର ଯାଞ୍ଚ କରିବାକୁ ବଙ୍ଗୋମୁଣ୍ଡା ଜେଏମ୍ଏଫସିରେ ଆବେଦନ କରିଛି ପୋଲିସ । ଗୋବିନ୍ଦର ହସ୍ତାକ୍ଷର ଯାଞ୍ଚ କରିବା ପରେ କିଛି ପ୍ରମାଣ ଯୋଗାଡ଼ କରିବାକୁ ଯୋଜନା ରଖାଯାଇଛି। ତେବେ ଏହାକୁ କୋର୍ଟରେ ବିରୋଧ କରିଛନ୍ତି ଅଭିଯୁକ୍ତଙ୍କ ଓକିଲ। ମାମଲାର ପରବର୍ତ୍ତୀ ଶୁଣାଣି ଆସନ୍ତା ୨୪ ତାରିଖରେ ହେବ।ଶୁଣାଣିରେ ଏସମ୍ପର୍କରେ ରାୟ ଶୁଣାଇବେ କୋର୍ଟ। ମମିତା ସନ୍‌ସାଇଇନ୍ ସ୍କୁଲରେ ଶିକ୍ଷୟିତ୍ରୀ ଥିଲେ। ସେହି ସ୍କୁଲର ପରିଚାଳନା କମିଟି ସଭାପତି ଗୋବିନ୍ଦ ସାହୁ ଥିବା ନେଇ କୋର୍ଟରେ ପ୍ରମାଣିତ କରିବାକୁ ଏହି ହ୍ୟାଣ୍ଡରାଇଟିଂ ଟେଷ୍ଟ କରାଯାଉଛି। ସୂଚନାଯୋଗ୍ୟ, ମମିତା ହତ୍ୟା ମାମଲାରେ ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦ ସାହୁକୁ ପୋଲିସ ଗିରଫ କରିଛି। ଏହାସହ ଗୋବିନ୍ଦର ସହଯୋଗୀ ରାଧେକୁ ମଧ୍ୟ ପୋଲିସ ଗିରଫ କରିଛି।

Breaking News