ରିପୋର୍ଟ କାର୍ଡ / ନୂଆଦିଲ୍ଲୀ / ଭୁବନେଶ୍ୱର
ନୂଆଦିଲ୍ଲୀ ପଲ୍ଲୀବାଣୀ ମିଶନ ପକ୍ଷରୁ ଓଡ଼ିଶା ସାମ୍ବାଦିକତା ପୁରସ୍କାର-୨୦୨୧ କାର୍ଯ୍ୟକ୍ରମ କନ୍ଷ୍ଟିଚ୍ୟୁସନ୍ କ୍ଲବ୍ ଅଫ୍ ଇଣ୍ଡିଆରେ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଓଡ଼ିଆ ସାମ୍ବାଦିକ ପୁରସ୍କାର ପ୍ରଦାନ କରିଥିଲେ। ପଲ୍ଲୀବାଣୀ ମିଶନର ଚେୟାରମ୍ୟାନ ରାମଚନ୍ଦ୍ର ନାଥ କାର୍ଯ୍ୟକ୍ରମର ପରିଚାଳନା କରିଥିଲେ। କାର୍ଯ୍ୟକ୍ରମରେ ଗେଷ୍ଟ୍ ଅଫ୍ ଅନର୍ ଆଣ୍ଡ୍ ସ୍ପିକର୍ ଭାବେ କେନ୍ଦ୍ର ସରକାରଙ୍କ ସୂଚନା ଓ ପ୍ରସାରଣ ମନ୍ତ୍ରାଳୟର ସିନିୟର ଆଡ଼ଭାଇଜର କାଞ୍ଚନ ଗୁପ୍ତା, ବରିଷ୍ଠ ସାମ୍ବାଦିକ ରସିଦ କିଡୱାଇ, ଏବଂ ହିନ୍ଦୁସ୍ତାନ ଟାଇମ୍ସର ପଲିଟିକାଲ ଏଡିଟର, ସୁନିତ୍ରା ଚୌଧୁରୀ ପ୍ରମୁଖ ଯୋଗ ଦେଇଥିଲେ। ଚଳିତଥର ଓଟିଭିର ବରିଷ୍ଠ କ୍ୟାମେରାମ୍ୟାନ୍ଙ୍କ ସମେତ ୬ ଜଣଙ୍କୁ ଓଡିଶା ଜର୍ଣ୍ଣାଲିଜିମ ଆୱାର୍ଡ ପ୍ରଦାନ କରାଯାଇଛି। ଓଟିଭି ଦିଲ୍ଲୀରେ କାର୍ଯ୍ୟରତ କ୍ୟାମେରାମ୍ୟାନ୍ ଗୋପାଳ ପ୍ରସାଦ ବର୍ମାଙ୍କ ସମେତ ପୀତବାସ ମିଶ୍ର(ଉତ୍କଳ ମେଲ୍, ଏଡିଟର), ମନୋରଞ୍ଜନ ମିଶ୍ର(କନକ ଟିଭି, ଏଡିଟର୍), ଶିବ କୁମାର ମହାନ୍ତି(ଦ ନ୍ୟୁ ଇଣ୍ଡିଆନ୍ ଏକ୍ସପ୍ରେସ୍, ଡେପୁଟି ରେସିଡେଣ୍ଟ୍ ଏଡିଟର), ସନ୍ଦୀପ ମିଶ୍ର(ଓଡ଼ିଶା ବାଇଟ୍ସ, ଗ୍ରୁପ୍ ଏଡିଟର୍), ମିହିର ରଞ୍ଜନ ପାତ୍ର(ଆସୋସିଏଟ୍ ପ୍ରଫେସର ମାସ୍ କମ୍ୟୁନିକେସନ୍)ଙ୍କୁ ସମ୍ମାନିତ କରାଯାଇଥିଲା ।






More Stories
ଦେଶରେ ସଂସ୍କାର ଏକ୍ସପ୍ରେସ୍ ଆରମ୍ଭ…..
ଶରଦ ପାଓ୍ବାରଙ୍କୁ ଝଟକା:ଅଜିତ ଯିବା ପରେ ବଦଳିଗଲା NCP!…..
ଜମ୍ମୁ କାଶ୍ମୀରରେ ଭୂକମ୍ପ…..