Report Card Odisha

| Daily Odia News

ପର୍ଣ୍ଣ ଫିଲ୍ମ ମାମଲାରେ ରାଜ କୁନ୍ଦ୍ରାଙ୍କ ଜାମିନ ଆବେଦନ ଖାରଜ…..

ରିପୋର୍ଟ କାର୍ଡ / ମୁମ୍ବାଇ

ବଲିଉଡ ଅଭିନେତ୍ରୀ ଶିଳ୍ପା ସେଟ୍ଟୀଙ୍କ ସ୍ୱାମୀ ରାଜ କୁନ୍ଦ୍ରାଙ୍କ ଅଡ଼ୁଆ ବଢ଼ିଛି। ବମ୍ବେ ହାଇକୋର୍ଟ ରାଜ କୁନ୍ଦ୍ରା ପର୍ଣ୍ଣ ରାକେଟ ମାମଲାରେ ଆଗୁଆ ଜାମିନ ପାଇଁ କରିଥିବା ଆବେଦନକୁ ଖାରଜ କରି ଦେଇଛନ୍ତି। ପର୍ଣ୍ଣ ରାକେଟ ଘଟଣାରେ ମୁମ୍ବାଇ ପୁଲିସର ସାଇବର ସେଲ୍ ଜୁଲାଇ ୨୦୨୦ରେ ଏକ ଏଫ୍ଆଇଆର୍ କରିଥିଲା। ଏହା ବିରୋଧରେ ରାଜ କୁନ୍ଦ୍ରା ବମ୍ବେ ହାଇକୋର୍ଟରେ ଅନ୍ତରୀଣ ଜାମିନ ଆବେଦନ କରିଥିଲେ। କିନ୍ତୁ କୋର୍ଟ ଏହାକୁ ଖାରଜ କରିଛନ୍ତି। ଏହାପୂର୍ବରୁ କୁନ୍ଦ୍ରା ମୋବାଇଲ୍ ଆପ୍ ମାଧ୍ୟମରେ ଅଶ୍ଳୀଳ ଫିଲ୍କ ନିର୍ମାଣ ଓ ବିତରଣ କରିବା ମାମଲାରେ ମୁମ୍ବାଇ ପୁଲିସ୍‌ର କ୍ରାଇମବ୍ରାଞ୍ଚ ଦ୍ୱାରା ଗିରଫ ହୋଇଥିଲା। ଜୁଲାଇ ମାସରେ ସେ ଗିରଫ ହେବା ପରେ ସେପ୍ଟେମ୍ବର ମାସରେ ଜାମିନରେ ବାହାରିଛନ୍ତି। ବମ୍ବେ ହାଇକୋର୍ଟ ଆଜି ୨୦୨୦ ମସିହା ପର୍ଣ୍ଣ ରାକେଟ ମାମଲାରେ ରାଜ, ପୁନମ ପାଣ୍ଡେ ଓ ଶେରଲିୟନ ଚୋପ୍ରାଙ୍କ ସମେତ ୬ ଜଣଙ୍କ ଅନ୍ତରୀଣ ଜାମିନ ଆବେଦନକୁ ଖାରଜ କରିଛନ୍ତି। ଜଷ୍ଟିସ ଏନ ଡବ୍ଲ୍ୟୁ ସାମ୍ବ୍ରେ ଜାମିନ ଆବେଦନ କରିଥିଲେ ମଧ୍ୟ ଅଭିଯୁକ୍ତଙ୍କ ବିରୋଧରେ କୌଣସି ଆଇନଗତ କାର୍ଯ୍ୟାନୁଷ୍ଠାନ ଆସନ୍ତା ୪ ସପ୍ତାହ ଯାଏ ଗ୍ରହଣ କରାଯାଇ ପାରିବ ନାହିଁ ବୋଲି କହିଛନ୍ତି। ଏହାର ଅର୍ଥ ରାଜ ୪ ସପ୍ତାହ ଯାଏ ଏହି ମାମଲାରେ ଗିରଫ ହେବେ ନାହିଁ। ଅନ୍ୟପକ୍ଷରେ ଜାମିନ ଆବେଦନ ଖାରଜ ନିଷ୍ପତ୍ତିକୁ ରାଜ କୁନ୍ଦ୍ରା ଚ୍ୟାଲେଞ୍ଜ କରିବେ ବୋଲି ତାଙ୍କ ଓକିଲ ସୂଚନା ଦେଇଛନ୍ତି।

Breaking News