ରିପୋର୍ଟ କାର୍ଡ / କଟକ
ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ନବମ ଶ୍ରେଣୀ ସମ୍ମେଟିଭ୍ ଆସେସ୍ମେଣ୍ଟ(ଏସ୍.ଏ.)-୧ ପରୀକ୍ଷା ୨୬ ତାରିଖରୁ ଆରମ୍ଭ ହୋଇ ୩୦ ତାରିଖ ପର୍ଯ୍ୟନ୍ତ ଚାଲିବ। ପରୀକ୍ଷାର୍ଥୀମାନେ ନିଜ ସ୍କୁଲ୍ରେ ପରୀକ୍ଷା ଦେଉଛନ୍ତି । ଦିନକୁ ଦୁଇଟି ବିଷୟରେ ପରୀକ୍ଷାହେବ । ପ୍ରତି ବିଷୟରେ ମୋଟ ୪୦ ନମ୍ବର ପରୀକ୍ଷା କରାଯିବ। ଏହି ୪୦ ନମ୍ବରରୁ ୨୦ ନମ୍ବର ସ˚କ୍ଷିପ୍ତ (ଅବ୍ଜେକ୍ଟିଭ୍) ଓ ଆଉ ୨୦ ନମ୍ବର ବିଷୟ ଭିତ୍ତିକ (ସବ୍ଜେକ୍ଟିଭ୍) ପରୀକ୍ଷା ହେବ। ପରୀକ୍ଷାର ସମୟ ୧ ଘଣ୍ଟା ରହିଛି । ପ୍ରଥମ ସିଟି˚ ପରୀକ୍ଷା ୯ଟାରୁ ୧୦ ଟା ଏବ˚ ଦ୍ବିତୀୟ ସିଟି˚ ପରୀକ୍ଷା ୧୧ଟାରୁ ୧୨ଟା ପର୍ଯ୍ୟନ୍ତ ହୋଇଛି। ଛାତ୍ରଛାତ୍ରୀମାନେ ସକାଳ ୮ଟାରୁ ପରୀକ୍ଷା କେନ୍ଦ୍ରକୁ କରିଥିଲେ । ୮ଟା ୫୦ ମିନିଟ୍ରେ ସେମାନଙ୍କୁ ପ୍ରଶ୍ନପତ୍ର ମିଳିଥିଲା । ସକାଳ ୯ଟାରୁ ପରୀକ୍ଷା ଆରମ୍ଭ ହୋଇଛି | ୧୦ଟାରୁ ୧୧ଟା ପର୍ଯ୍ୟନ୍ତ ପରୀକ୍ଷାର୍ଥୀଙ୍କ ପାଇଁ ବିଶ୍ରାମ ସମୟ ରହିଛି । ଦ୍ବିତୀୟ ସିଟି˚ ପରୀକ୍ଷା ୧୧ଟାରୁ ଆରମ୍ଭ ହୋଇଥିଲା। ପ୍ରଥମ ସିଟି˚ ପରୀକ୍ଷା ଖାତା ୧୦ଟା ୨୦ମିନିଟ୍ରେ ପ୍ୟାକି˚ ହେବ ଓ ଦ୍ବିତୀୟ ସିଟି˚ ପରୀକ୍ଷା ଖାତା ୧୨ଟା ୨୦ ମିନିଟ୍ରେ ପ୍ୟାକି˚ କରାଯାଇ ୧ଟା୩୦ ମିନିଟ୍ ମଧ୍ୟରେ ନ୍ୟୁଟ୍ରାଲ ସ୍କୁଲ୍ରେ ପହଞ୍ଚିବ। ନ୍ୟୁଟ୍ରାଲ ସ୍କୁଲ୍ରେ ଏହି ଖାତାଗୁଡ଼ିକୁ ମୂଲ୍ୟାୟନ କରାଯିବ। ୨୬ ତାରିଖ ଦିନ ପ୍ରଥମ ସିଟି˚ରେ ଦ୍ବିତୀୟ ଭାଷା (ଇ˚ରାଜୀ, ହିନ୍ଦୀ) ଏବ˚ ଦ୍ବିତୀୟ ସିଟି˚ରେ ସାମାଜିକ ବିଜ୍ଞାନ ପରୀକ୍ଷା ହେବ। ୨୯ ତାରିଖ ଦିନ ପ୍ରଥମ ସିଟି˚ରେ ତୃତୀୟ ଭାଷା (ହିନ୍ଦୀ, ସ˚ସ୍କୃତ) ଓ ଦ୍ବିତୀୟ ସିଟି˚ରେ ସାଧାରଣ ବିଜ୍ଞାନ ପରୀକ୍ଷା ହେବ। ସେହିପରି ୩୦ ତାରିଖ ଦିନ ପ୍ରଥମ ସିଟି˚ରେ ପ୍ରଥମ ଭାଷା (ଓଡ଼ିଆ, ହିନ୍ଦୀ, ବଙ୍ଗଳା, ଉର୍ଦ୍ଦୁ, ତେଲୁଗୁ) ଓ ଦ୍ବିତୀୟ ସିଟି˚ରେ ଗଣିତ ପରୀକ୍ଷା ହେବ। ପରୀକ୍ଷା ସରିବା ପରେ ପ୍ରତିଦିନ ଦିନ ସାଢେ ୧ଟାବେଳେ ପରୀକ୍ଷା ଖାତା ନ୍ୟୁଟ୍ରାଲ ସ୍କୁଲ୍ରେ ଦାଖଲ ହେବ। ବୋର୍ଡ ପକ୍ଷରୁ ଏସ୍.ଏ.-୧ ପ୍ରଶ୍ନପତ୍ର ନୋଡାଲ ସେଣ୍ଟରକୁ ପଠାଯାଇଛି। ପରୀକ୍ଷା ପରିଚାଳନାରେ ଯଦି କୌଣସି ଅସୁବିଧା ହୁଏ, ସେଥିପାଇଁ ବୋର୍ଡ ପକ୍ଷରୁ ସ୍ବତନ୍ତ୍ର କଣ୍ଟ୍ରୋଲ ରୁମ୍ କରାଯାଇଥିବା ବୋର୍ଡର ଉପ ସଭାପତି ଡକ୍ଟର ନିହାର ର˚ଜନ ମହାନ୍ତି ସୂଚନା ଦେଇଛନ୍ତି।
More Stories
ଲୋୟର ପିଏମଜି ପାଲଟିଲା ରଣକ୍ଷେତ୍ର: ବବି,ଡାନି ସୁଲତା ଆହତ…..
ମୃତ ସୌମ୍ୟାଶ୍ରୀଙ୍କ ବାପାଙ୍କ ସହ କଥାହେଲେ ରାହୁଲ…..
ଉତ୍ତରରେ ପ୍ରବଳ ବର୍ଷା ସମ୍ଭାବନା……