Report Card Odisha

| Daily Odia News

ସାଙ୍ଗକୁ ହତ୍ୟା କରି ଜାଳିଲେ ୨ ସାଙ୍ଗ, ଭିଡିଓ ଭାଇରାଲ୍…..

ରିପୋର୍ଟ କାର୍ଡ / ବଲାଙ୍ଗୀର

ସାଙ୍ଗକୁ ହତ୍ୟା କଲା ସାଙ୍ଗ | ୨ ସାଙ୍ଗ ମିଶି ଅନ୍ୟ ଜଣେ ସାଙ୍ଗଙ୍କୁ ହତ୍ୟା କରିବା ପରେ ପେଟ୍ରୋଲ ଢାଳି ଜାଳିବା ସହ ଲାଇଭ୍‌ ଭିଡିଓ ମଧ୍ୟ କରିଥିଲେ। ଏଭଳି ଘଟଣା ବଲାଙ୍ଗିର ରାଜେନ୍ଦ୍ର ୟୁନିଭର୍ସିଟି ପଛ ପଟେ ଛାତ୍ର ବିଶ୍ୱଦେବ ସାହୁଙ୍କୁ ହତ୍ୟାର ଛାତିଥରା ଦୃଶ୍ୟ ଏବେ ସୋସିଆଲ୍‌ ମିଡିଆରେ ଭାଇରାଲ୍ ହେବାରେ ଲାଗିଛି। ହତ୍ୟା ଘଟଣା ଏବେ ପର୍ଦ୍ଦାଫାସ ହୋଇଛି। ୨ ଜଣ ସାଙ୍ଗ ଶୁଭମ ସିଂ ଓ ଅମିତ, ବିଶ୍ୱଦେବଙ୍କୁ ଠେଙ୍ଗାରେ ପିଟିବା ସହ ଭୁଜାଲିରେ ହାଣି ହତ୍ୟା କରିବା ପରେ ପେଟ୍ରୋଲ ଢାଳି ଜାଳି ଦେଇଥିଲେ। ଶୁଭମ ହତ୍ୟା ସମୟର ଦୃଶ୍ୟ ନିଜ ମୋବାଇଲରେ ଲାଇଭ୍‌ ଭିଡିଓ କରିଥିଲେ। ଯାହାକି ଏବେ ସୋସିଆଲ୍‌ ମିଡିଆରେ ଭାଇରାଲ୍‌ ହେବାରେ ଲାଗିଛି। ଭାଇରାଲ୍‌ ଭିଡିଓରେ ଉଭୟ ହତ୍ୟାକାରୀ ଶୁଭମ ଏବଂ ଅମିତ ଅସ୍ତ୍ରଶସ୍ତ୍ର ଧରି ଧମକ ଦେଉଥିବା ଦେଖିବାକୁ ମିଳିଛି। ଏହି ଛାତିଥରା ଭିଡିଓରେ ଶୁଭମ ଅନ୍ୟ ଜଣେ କାହାକୁ, ‘ଅବ୍‌ ତେରି ବାରି’ କହି ଚେତାବନୀ ଦେଉଥିବା ଦେଖିବାକୁ ମିଳିଛି। ଶୁଭମ୍‌ କାହାକୁ ଏହି ଚେତାବନୀ ଦେଇଛନ୍ତି ? କାହା ପାଇଁ ସେ ଏହି ଲାଇଭ୍‌ ଭିଡିଓ କରିଥିଲେ ? ବିଶ୍ୱଦେବଙ୍କ ପରେ ଆଉ କାହାର ପାଳି,ଏସବୁକୁ ନେଇ ଏବେ ସାଧାରଣରେ ଚର୍ଚ୍ଚା ଆରମ୍ଭ ହୋଇଛି। ପ୍ରେମବ୍ୟାପାରକୁ ନେଇ ବିଶ୍ୱଦେବଙ୍କୁ ହତ୍ୟା କରାଯାଇଥିବା ପୋଲିସ୍‌ କହିଛି। ଅନ୍ୟ କେଉଁ କାରଣରୁ ଶତ୍ରୁତା ଏତେ ବଢ଼ି ଯାଇଥିଲା ଯେ, ଦୁଇ ବନ୍ଧୁ ଅନ୍ୟ ଜଣେ ବନ୍ଧୁଙ୍କୁ ହତ୍ୟା କରି ପୋଡ଼ି ଦେଲେ। ଆଉ ଲାଇଭ ଭିଡିଓ କରିବାକୁ ମଧ୍ୟ ପଛାଇ ନଥିଲେ। ଏସବୁ ଏବେ ପ୍ରଶ୍ନବାଚୀ ସୃଷ୍ଟି କରିଛି।

Breaking News