ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
କ୍ଷେପଣାସ୍ତ୍ର ପ୍ରଯୁକ୍ତିରେ ଉତ୍ତର କୋରିଆର ଦ୍ରୁତ ବିକାଶ ଏବଂ ଚୀନ୍ର ସାମରିକ ବିସ୍ତାରକୁ ନେଇ ଜାପାନ ପ୍ରଧାନମନ୍ତ୍ରୀ ଫୁମିଓ କିଶିଦା ଉଦବେଗ ପ୍ରକାଶ କରିଛନ୍ତି ।ଚୀନ୍ ଏବଂ ଉତ୍ତର କୋରିଆର ସୁରକ୍ଷା ବିପଦ ମଧ୍ୟରେ ଦେଶର ପ୍ରତିରକ୍ଷା କ୍ଷମତାକୁ ମଜବୁତ କରିବାକୁ ଶପଥ ନେଇଛନ୍ତି ଜାପାନ ପ୍ରଧାନମନ୍ତ୍ରୀ ଫୁମିଓ କିଶିଦା । ପ୍ରଧାନମନ୍ତ୍ରୀ କିଶିଦା ଗ୍ରାଉଣ୍ଡ ସେଲ୍ଫ ଡିଫେନ୍ସ ଫୋର୍ସ ବେସରେ ଏକ ଅଭିଭାଷଣରେ ଏହା କହିଛନ୍ତି । କହିଛନ୍ତି ଯେ ଆମେ ଆମର ବୈଦେଶିକ ଏବଂ ସୁରକ୍ଷା ନୀତିରେ ପରିବର୍ତ୍ତନ କରିଛୁ । ଆତ୍ମରକ୍ଷା ପାଇଁ ସମସ୍ତ ବିକଳ୍ପ ଆମ ପାଇଁ ଖୋଲା ଅଛି । ଶତ୍ରୁ ସ୍ଥିତିକୁ ଆକ୍ରମଣ କରିବା ପାଇଁ ଆମେ ସେଲ୍ଫ ଡିଫେନ୍ସ ଫୋର୍ସକୁ ମଜବୁତ କରିପାରିବା । ପ୍ରଧାନମନ୍ତ୍ରୀ ଫୁମିୟୋ କିଶିଦା କହିଛନ୍ତି ଯେ ଜାପାନ ଉତ୍ତର କୋରିଆର ହାଇପରସୋନିକ୍ ଗ୍ଲାଇଡ୍ ଅସ୍ତ୍ର ଭଳି ନୂତନ ଟେକ୍ନୋଲୋଜିର ବିକାଶକୁ ଅଣଦେଖା କରିପାରିବ ନାହିଁ । ଏହି କ୍ଷେପଣାସ୍ତ୍ରଗୁଡ଼ିକୁ ଭୁଲ ଦିଗରେ ଅନେକ ଥର ନିକ୍ଷେପ କରାଯାଇଥିଲା । ଜାପାନର ପ୍ରଧାନମନ୍ତ୍ରୀ ମଧ୍ୟ ଚାଇନାକୁ ସୂଚାଇ କହିଛନ୍ତି ଯେ ସ୍ୱଚ୍ଛତା ବିନା ସେନାକୁ ମଜବୁତ କରିବା ପାଇଁ ପଦକ୍ଷେପ ନେଉଛୁ । ସ୍ଥିତି ପରିବର୍ତ୍ତନ କରିବାକୁ ଏହା ଏକପାଖିଆ ପ୍ରୟାସ ଅଟେ । ଉଲ୍ଲେଖନୀୟ ବିଷୟ ହେଉଛି, ଜାପାନର ପ୍ରଧାନମନ୍ତ୍ରୀ ଫୁମିଓ କିସିଡା ୫୦ ଟି ଏସୀୟ ଏବଂ ୟୁରୋପୀୟ ଦେଶର ନେତାଙ୍କ ସହ ଏକ ଭର୍ଚୁଆଲ୍ ବୈଠକରେ ଚାଇନାରେ ମାନବିକ ଅଧିକାରର ଉଲ୍ଲଂଘନ ମାମଲାକୁ ନେଇ ଚିନ୍ତା ପ୍ରକଟ କରିଛନ୍ତି । ହଂକଂ ଏବଂ ଜିନଜିଆଙ୍ଗରେ ମାନବିକ ଅଧିକାରର ଉଲ୍ଲଂଘନ ମାମଲା ବିରୋଧରେ ଜାପାନ ପ୍ରଧାନମନ୍ତ୍ରୀ ସ୍ୱର ଉତ୍ତୋଳନ କରିଛନ୍ତି ।






More Stories
ବିକଶିତ ଭାରତ ପାଇଁ Gen-Zଙ୍କ ସହଯୋଗ ଏବଂ ସମର୍ଥନ ଆବଶ୍ୟକ…..
ଆସନ୍ତାକାଲି ବିଭିନ୍ନ ପ୍ରକଳ୍ପ ଲୋକାର୍ପଣ କରିବେ ମୋଦୀ…..
ଓଲଟିଲା ଟ୍ରକ୍;ଆଖି ବୁଜିଲେ ୧୨ ଯାତ୍ରୀ…..