Report Card Odisha

| Daily Odia News

ଜୁନିଅର ପରୁଷ ବିଶ୍ୱକପ୍ ହକିରେ କରୋନା ପଜିଟିଭ ଚିହ୍ନଟ……

ରିପୋର୍ଟ କାର୍ଡ / ଭୁବନେଶ୍ୱର

ଚାଲିଥିବା ଜୁନିଅର ବିଶ୍ୱକପ୍ ହକିରେ କରୋନା ପଜିଟିଭ ଚିହ୍ନଟ ହୋଇଛି। ଭୁବନେଶ୍ୱର ସ୍ଥିତ କଳିଙ୍ଗ ଷ୍ଟାଡିୟମରେ ଖେଳା ଯାଉଥିବା ଜୁନିଅର ପରୁଷ ବିଶ୍ୱକପ୍ ହକିରେ ଜଣେ କରୋନା ପଜିଟିଭ୍ ଚିହ୍ନଟ ହୋଇଥିବା ସୂଚନା ମିଳିଛି। ପଜିଟିଭ ଚିହ୍ନଟ ହୋଇଥିବା ବ୍ୟକ୍ତି ଜଣକ କଳିଙ୍ଗ ଷ୍ଟାଡିୟମର ମିଡିଆ ସେଣ୍ଟର ବ୍ୟବହାର କରିଥିଲେ। RTPCR ଟେଷ୍ଟ ବେଳେ ଗତକାଲି ସେ ପଜଟିଭ ଚିହ୍ନଟ ହୋଇଥିବା ନେଇ ଜଣାପଡିଛି | ସଂକ୍ରମିତ ଜଣକ କ୍ରୀଡ଼ା ଓ ଯୁବ ବ୍ୟାପାର ବିଭାଗର ସୋସିଆଲ୍ ମିଡିଆ ଟିମ୍ ସଦସ୍ୟ ବୋଲି ଜାତୀୟ ଗଣମାଧ୍ୟମରେ ଖବର ପ୍ରକାଶ ପାଇଛି। ଜଣେ ସଂକ୍ରମିତ ଚିହ୍ନଟ ପରେ ଏବେ ମିଡିଆ ସେଣ୍ଟରକୁ ଆସୁଥିବା ସମସ୍ତ ବ୍ୟକ୍ତିଙ୍କୁ RTPCR ଟେଷ୍ଟ ବାଧ୍ୟତାମୂଳକ କରାଯାଇଛି। ମିଡିଆ ସେଣ୍ଟରରେ ଅନ୍ୟମାନେ ଥିଲେ ତେଣୁ ସଂକ୍ରମିତ ବ୍ୟକ୍ତିଙ୍କ ସଂସ୍ପର୍ଶରେ ଅନ୍ୟମାନେ ଆସିଥାଇ ପାରନ୍ତି, ତେଣୁ କଣ୍ଟାକ୍ଟ ଟ୍ରେସିଂ କରାଯାଉଛି। ଗତ ନଭେମ୍ବର ୨୫ରୁ ଜୁନିଅର ପୁରୁଷ ବିଶ୍ୱକପ୍ ହକି ଆରମ୍ଭ ହୋଇଥିବା ବେଳେ ଏହା ଆସନ୍ତାକାଲି ଶେଷ ହେବ।

Breaking News