Report Card Odisha

| Daily Odia News

ବରିଷ୍ଠ ସାମ୍ୱାଦିକ ବିନୋଦ ଦୁଆଙ୍କ ପରୋଲୋକ……

ରିପୋର୍ଟ କାର୍ଡ / ନୂଆଦଲ୍ଲୀ

ବରିଷ୍ଠ ସାମ୍ୱାଦିକ ପଦ୍ମଶ୍ରୀ ବିନୋଦ ଦୁଆଙ୍କ ପରୋଲୋକ ହୋଇଥିବା ଜଣାପଡ଼ିଛି । ମୃତ୍ୟୁ ବେଳକୁ ତାଙ୍କୁ ୬୭ ବର୍ଷ ହୋଇଥିଲା । କରୋନାରେ ଆକ୍ରାନ୍ତ ହୋଇ ସେ ପରେ ଦିଲ୍ଲୀର ଏକ ଘରୋଇ ହସ୍ପିଟାଲ୍‌ରେ ଚିକତ୍ସିତ ହେଉଥିଲେ । ହେଲେ ଆଜି ତାଙ୍କର ମୃତ୍ୟୁ ଘଟିଛି । କୋଭିଡ୍‌ ୧୯ରୁ ସୁସ୍ଥ ହେବା ପରେ ତାଙ୍କ ଠାରେ ସ୍ୱାସ୍ଥ୍ୟ ଜନିତ ଅନ୍ୟାନ୍ୟ ସମସ୍ୟା ଦେଖାଯାଉଥିଲା। ତେଣୁ ତାଙ୍କୁ ନିକଟରେ ପୁଣି ଥରେ ଦିଲ୍ଲୀର ଏକ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ସେଠାରେ ତାଙ୍କୁ ଆଇସିୟୁରେ ରଖାଯାଇଥିଲା। ଚିକିତ୍ସାଧୀନ ଅବସ୍ଥାରେ ଆଜି ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି। ଆସନ୍ତାକାଲି ଦିଲ୍ଲୀ ବିନୋଦ ଦୁଆଙ୍କ ଶେଷକୃତ୍ୟ ସଂପନ୍ନ ହେବ। ତାଙ୍କ ଝିଅ ଏହି ସୂଚନା ଦେଇଛନ୍ତି। ସୂଚନା ଅନୁସାରେ ଭାରତରେ ବୈଦ୍ୟୁତିକ ଗଣମାଧ୍ୟମ ଜଗତରେ ବିନୋଦ ଦୁଆ ବେଶ୍ ଜଣାଶୁଣା ଥିଲେ। ସେ ତାଙ୍କ କ୍ୟାରିୟରର ଅଧିକାଂଶ ଭାଗ ଦୂରଦର୍ଶନ ଓ ଏନ୍‌ଡିଟିଭିରେ କାମ କରିଥିଲେ। ଏହାବାଦ୍ ସେ ଅନ୍ୟ ଟେଲିଭିଜନ ଚ୍ୟାନେଲ୍‌ରେ ବିଭିନ୍ନ ଶୋ’ କରିଥିଲେ।

 

Breaking News