ରିପୋର୍ଟ କାର୍ଡ / ଭୁବନେଶ୍ୱର
ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ୧୮୯ ଜଣ ନୂଆ କୋଭିଡ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ନୂଆ ଆକ୍ରାନ୍ତଙ୍କ ମଧ୍ୟରେ ସଂଗରୋଧରୁ ୧୧୩ ଓ ସ୍ଥାନୀୟ ସଂକ୍ରମିତ ୭୬ ଜଣ । ସେମାନଙ୍କ ମଧ୍ୟରେ ୧୮ ବର୍ଷରୁ କମ୍ ବୟସର ୨୫ ଜଣ ରହିଛନ୍ତି । ଆଜିର ଚିହ୍ନଟ ଆକ୍ରାନ୍ତଙ୍କ ମିଶାଇ ରାଜ୍ୟରେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୦୫୦୨୪୯ରେ ପହଞ୍ଚିଛି | ରାଜ୍ୟର ଆଜି ଚିହ୍ନଟ ଆକ୍ରାନ୍ତଂକ ମଧ୍ୟରେ ଅନୁଗୁଳ ଜିଲ୍ଲାରୁ ୨, ବାଲେଶ୍ୱର ୩, ବରଗଡ ୧, କଟକ ୯, ଦେବଗଡ ୨, ଢେଙ୍କାନାଳ ୩, ଗଜପତି ୨, ଗଞ୍ଜାମ ୩ ଓ ଜଗତସିଂହପୁର ଜିଲାରେ ୨ ଜଣ ଚିହ୍ନଟ ହୋଇଛନ୍ତି । ଯାଜପୁରରେ ୧୪, ଝାରସୁଗୁଡା ୨, କେନ୍ଦ୍ରାପଡା ୩, ଖୋର୍ଦ୍ଧା ୮୩, ମୟୁରଭଞ୍ଜ ୧୩, ପୁରୀ ୨, ସମ୍ବଲପୁର ୧୨, ସୋନପୁର ୧, ସୁନ୍ଦରଗଡ ୧୨ ଓ ଷ୍ଟେଟପୁଲରୁ ୧୯ ଜଣ ଚିହ୍ନଟ ହୋଇଛନ୍ତି । ରାଜ୍ୟରେ ଏପର୍ଯ୍ୟନ୍ତ ମୋଟ ୧୦୩୯୪୬୧ ଜଣ ସୁସ୍ଥ ହୋଇସାରିଛନ୍ତି । ସଂପ୍ରତି ୨୩୧୩ ଜଣ ସକ୍ରିୟ କରୋନା ରୋଗୀ ରହିଥିବା ରାଜ୍ୟ ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ଜଣାଯାଇଛି ।






More Stories
ବିଦ୍ୟୁତ୍ ଉପଭୋକ୍ତାଙ୍କ ପାଇଁ ବଡ଼ ଘୋଷଣା…..
ବଙ୍ଗାଳୀ ଶ୍ରମିକଙ୍କୁ ହତ୍ୟା ,୬ ଗିରଫ…..
ଜଳିଗଲା ବସ୍,୧୦ ମୃତ……