Report Card Odisha

| Daily Odia News

ବାତ୍ୟା ଜୱାଦ ପ୍ରଭାବ ସାଙ୍ଗକୁ ଆଉ ଏକ ଲଘୁଚାପ ସୃଷ୍ଟି…..

ରିପୋର୍ଟ କାର୍ଡ / ଭୁବନେଶ୍ୱର

ବାତ୍ୟା ଜୱାଦର ପ୍ରଭାବରେ ରାଜ୍ୟରେ ପ୍ରବଳ ବର୍ଷ ଜାରି ରହିଛି । ଏବେ ବିଭିନ୍ନ ସ୍ଥାନରେ ବର୍ଷା ଲାଗି ରହିଥିବା ବେଳେ ମୟୂରଭଞ୍ଜ, ଭଦ୍ରକ, କେନ୍ଦ୍ରାପଡ଼ା, ଜଗତସିଂହପୁର ଓ ବାଲେଶ୍ୱର ଆଦି ଜିଲ୍ଲାଗୁଡ଼ିକରେ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଛି । ଏଥିସହ ଅନୁଗୁଳ, କେନ୍ଦୁଝର, ଢେଙ୍କାନାଳ, ଯାଜପୁର, କଟକ, ପୁରୀ ଓ ଖୋର୍ଦ୍ଧା ଆଦି ୭ଟି ଜିଲ୍ଲାରେ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ତେବେ ଏବେ ପାଣିପାଗ ବିଶେଷଜ୍ଞ ଡା. ସୁରେନ୍ଦ୍ରନାଥ ପଶୁପାଳକ କହିଛନ୍ତି ଯେ, ଜୱାଦ ଆଜି ସନ୍ଧ୍ୟାରେ ପୁରୀଠାରୁ ପ୍ରାୟ ୭୦ କିମି ଦୂରରେ ସମୁଦ୍ର ଭିତରେ ଅବପାତ ଅବସ୍ଥାରେ ରହିବ । କ୍ରମଶଃ ଏହା ଦୁର୍ବଳ ହୋଇ ପଶ୍ଚିମବଙ୍ଗ କିମ୍ବା ବାଂଲାଦେଶକୁ ମୁହାଁଇବ ବୋଲି ସୂଚନା ମିଳିଛି । ଭୁବନେଶ୍ୱର ସମେତ ଉତ୍ତର ଉପକୂଳ ଓ ସଂଲଗ୍ନ ଅଞ୍ଚଳରେ ଆସନ୍ତାକାଲି ପର୍ଯ୍ୟନ୍ତ କୋହଲା ପାଗ ରହିବ । ବାତ୍ୟା ପ୍ରଭାବରେ ପୁରୀ, ଖୋର୍ଦ୍ଧା ଓ ଭଦ୍ରକ ଅଞ୍ଚଳରେ ୮୦ରୁ ୯୦ ମିମି ବର୍ଷା ଓ ବାଲେଶ୍ୱର, ମୟୂରଭଞ୍ଜରେ ୬୦-୭୦ ମିମି ବର୍ଷା ହେବା ନେଇ ଅନୁମାନ କରାଯାଉଛି । ତେବେ ଚଳିତ ମାସ ତୃତୀୟ ସପ୍ତାହରେ ଦକ୍ଷିଣ ବଙ୍ଗୋପସାଗରରେ ଆଉ ଏକ ଲଘୁଚାପ ସୃଷ୍ଟି ହୋଇପାରେ । ଏହା ଦକ୍ଷିଣ ଉପକୂଳରେ ପହଞ୍ଚିବା ପୂର୍ବରୁ ଦୁର୍ବଳ ହେବାର ସମ୍ଭାବନା ରହିଛି । ଏନେଇ ଆସନ୍ତା ୮ ତାରିଖରେ ପ୍ରାଥମିକ ଆକଳନ କରାଯାଇପାରେ ।

Breaking News