ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
କରୋନାର ନୂଆ ଭାରିଆଣ୍ଟ ‘ଓମିକ୍ରନ’ ଧିରେ ଧିରେ କାୟା ବିସ୍ତାର କରିବାରେ ଲାଗିଛି । ଭାରତରେ ଓମିକ୍ରନର ୪ ରୋଗୀ ଚିହ୍ନଟ ହୋଇଥିବା ବେଳେ ଆଜି ରାଜଧାନୀ ଦିଲ୍ଲୀରେ ପ୍ରଥମ ଓମିକ୍ରନ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ତାଞ୍ଜାନିଆ ଫେରନ୍ତା ଯୁବକ ଓମିକ୍ରନ ସଂକ୍ରମିତ ବୋଲି ସୂଚନା ମିଳିଛି । ସକ୍ରଂମିତ ଯୁବକଙ୍କୁ ଏଲଏନଜେପି ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଏନେଇ ଦିଲ୍ଲୀ ସ୍ୱାସ୍ଥ୍ୟମନ୍ତ୍ରୀ ସତ୍ୟେନ୍ଦ୍ର ଜୈନ ସୂଚନା ଦେଇଛନ୍ତି । ସୂଚନା ଯୋଗ୍ୟ ଦେଶରେ ଓମିକ୍ରନ ଆକ୍ରାନ୍ତଙ୍କ ସଂଖ୍ୟା ୫କୁ ବୃଦ୍ଧି ପାଇଛି । ଆକ୍ରାନ୍ତଙ୍କ କର୍ଣ୍ଣାଟକରୁ ୨, ଗୁଜରାଟର ଓ ମହାରାଷ୍ଟ୍ରରୁ ଜଣେ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଆଜି ଦିଲ୍ଲୀରୁ ଜଣେ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ସ୍ୱାସ୍ଥ୍ୟମନ୍ତ୍ରୀ ସତ୍ୟେନ୍ଦ୍ର କହିଛନ୍ତି ଯେ, ‘ବିଦେଶରୁ ଆସିଥିବା ୧୨ ଜଣଙ୍କର ନମୂନା ଜିନୋମ ସିକ୍ୱେନ୍ସିଂକୁ ପଠାଯାଇଥିଲା । ସେଥିରୁ ୧୧ ଜଣଙ୍କର ସାମାନ୍ୟ କରୋନା ଥିବା ଜଣାପଡିଥିବା ବେଳେ ଜଣଙ୍କର ରିପୋର୍ଟ ଓମିକ୍ରନ ପଜିଟିଭ୍ ଆସିଛି । ଆଫିି୍ରକା ଦେଶରୁ ଭାରତକୁ ଆସିଥିଲେ । ବ୍ୟକ୍ତିଙ୍କ ସଂସ୍ପର୍ଶରେ ଆସିଥିବା ୬ ଜଣଙ୍କର ନମୂନାକୁ ମଧ୍ୟ ଜିନୋମ ସିକ୍ୱେନ୍ସିଂକୁ ପଠାଯାଇଛି |
More Stories
ନେତାନ୍ୟାହୁ ଙ୍କ ବିରୋଧରେ ଗିରଫ ପରୱାନା ଜାରି…..
କେନିଆରେ ରଦ୍ଦ ହେଲା ଆଦାନୀ ପ୍ରକଳ୍ପ…..
ଯୁକ୍ତ ୨ ରେ ୧୦୦ ରୁ ୨୪ ରଖିଲେ ପାସ୍….