Report Card Odisha

| Daily Odia News

ନିଟ୍ ପରୀକ୍ଷାର୍ଥୀଙ୍କ ବଦଳରେ ପରୀକ୍ଷାରେ ବସିଲେ ଆଉ ଜଣେ, ରେଡ୍ ହ୍ୟାଣ୍ଡ ଧରିଲା ପୋଲିସ…..

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

ଡାକ୍ତରୀ ପ୍ରବେଶିକା ପରୀକ୍ଷା(ନିଟ୍)ରେ କୃତକାର୍ଯ୍ୟ ପାଇଁ ପଇସା ମାମଲା ସାମ୍ନାକୁ ଆସିଛି। ନିଟ୍‌ ପାସ୍ ପାଇଁ ୫୦ ଲକ୍ଷ ଟଙ୍କାର ମାମଲା ସାମ୍ନାକୁ ଆସିଛି। ନିଟ୍ ସାଲଭର ଗ୍ୟାଙ୍ଗ୍‌ ମାମଲାରେ ପୋଲିସକୁ ବଡ ସଫଳତା ମିଳିଛି। ପୋଲିସ ସାଲଭର ଗ୍ୟାଙ୍ଗ ସହ ନିଟ୍ ପାସ୍ କରାଇ ଦେବା ପାଇଁ ଡିଲ୍ କରିଥିବା ହିନା ଓ ତାଙ୍କ ପିତା ଗୋପାଳ ବିଶ୍ଵାସଙ୍କୁ ଗିରଫ କରିଛି। ହିନାଙ୍କୁ ମେଡିକାଲ କଲେଜ୍‌ରେ ଆଡମିଶନ ପାଇଁ ଗ୍ୟାଙ୍ଗ ୫୦ ଲକ୍ଷ ଟଙ୍କା ଡିଲ୍ କରିଥିଲେ। ପୋଲିସ ବାପା ଏବଂ ଝିଅଙ୍କୁ ଗିରଫ କରିବା ପରେ କୋର୍ଟରେ ହାଜର କରାଇଛି। ସେଠାରୁ ଉଭୟଙ୍କୁ ଜେଲ୍ ପଠାଇ ଦିଆଯାଇଛି। ବାରଣାସୀରେ ସାରନାଥର ଏକ ସ୍କୁଲରେ ସେପ୍ଟେମ୍ବର ୧୨ରେ ଏନଇଇଟି ପରୀକ୍ଷାରେ ସାଲଭର ଗ୍ୟାଙ୍ଗର ହେରଫେର ମାମଲା ସାମ୍ନାକୁ ଆସିଥିଲା। ପୋଲିସ ପରୀକ୍ଷା କେନ୍ଦ୍ରରୁ ହିଁ ହିନା ବିଶ୍ଵାଳଙ୍କ ସ୍ଥାନରେ ପରୀକ୍ଷା ଦେଉଥିବା ବିଏଚୟୁର ବିଡିଏସର ଛାତ୍ରୀ ଜୁଲି କୁମାରୀ ଏବଂ ଏହାର ମା ବବିତା ଦେବୀଙ୍କୁ ଗିରଫ କରିଛି। ଏହା ପରଠୁ ଏ ପର୍ଯ୍ୟନ୍ତ ସାଲଭର ଗ୍ୟାଙ୍ଗର ମାଷ୍ଟର ମାଇଣ୍ଡ ନିଲେଶ ସିଂହ ଓରଫ ପିକେ ସହିତ ୧୩ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି। ତ୍ରିପୁରାର ଧଲାଇ ଜିଲ୍ଲାର ଏଡିସି ସାଉଥ କଚୁଚାରା ବାସିନ୍ଦା ଗୋପାଳ ବିଶ୍ଵାସ କହିଛନ୍ତି, ସେ ମେଡିକାଲ ଷ୍ଟୋର ଚଲାନ୍ତି। ସେ ଝିଅ ହିନାଙ୍କୁ ଡାକ୍ତର କରିବାକୁ ଚାହୁଁଥିଲେ। ଝିଅର ଆଡମିଶନ ଏମବିବିଏସରେ କରାଇବା ପାଇଁ ସେ ତ୍ରିପୁରାର ପ୍ରଦୀପ୍ତ ଭଟ୍ଟାଚାର୍ଯ୍ୟ ଏବଂ ମୃତ୍ୟୁଞ୍ଜୟ ଦେବନାଥଙ୍କ ସହ ଯୋଗାଯୋଗ କରିଥିଲେ। ଉଭୟ ନିଲେଶ ଓରଫ ପିକେ ଏବଂ ଡ. ଓସାମା ସାହିଦଙ୍କୁ ୫୦ ଲକ୍ଷ ଟଙ୍କା ଦେବାକୁ ଡିଲ୍ ଚୂଡାନ୍ତ ହୋଇଥିଲା। ଅଗ୍ରୀମ ଭାବେ ୫ ଲକ୍ଷ ଟଙ୍କା ପ୍ରଦୀପ୍ତ, ମୃତ୍ୟୁଞ୍ଜୟ ଏବଂ ନିଲେଶ ଓରଫ ପିକେଙ୍କ ବ୍ୟାଙ୍କ ଆକାଉଣ୍ଟରେ ଜମା କରାଯାଇଥିଲା। ଏହା ପରେ ପରୀକ୍ଷା ଦେବା ପାଇଁ ଜୁଲି କୁମାରୀ ଏବଂ ହିନାଙ୍କ ଫଟୋକୁ ଯୋଡା ଯାଇ ଫର୍ମ ଭରା ଯାଇଥିଲା। ସେପ୍ଟେମ୍ବର ୧୨ରେ ହିନାଙ୍କ ସ୍ଥାନରେ ଜୁଲି କୁମାରୀ ପରୀକ୍ଷାରେ ବସିଥିଲେ। ସେହି ସମୟରେ ବାରଣାସୀର ସର୍ଭିଲାନ୍ସ ଦଳ ଏବଂ ସାରନାଥ ଥାନାର ପୋଲିସ ଦଳ ଜୁଲିଙ୍କୁ ଗିରଫ କରିଥିଲେ।

 

Breaking News