ରିପୋର୍ଟ କାର୍ଡ / ନୟାଗଡ଼
ଗର୍ଭବତୀଙ୍କୁ ବିଧା ଗୋଇଠା ମାରି ଗର୍ଭ ନଷ୍ଟ କରିଦେଇଛନ୍ତି । ଏଭଳି ଦୁଖଦଃ ଘଟଣା ଘଟିଛି ନୟାଗଡ଼ ଫତେଗଡ଼ରେ | ଯାହା କି ସ୍ଥାନୀୟ ଅଞ୍ଚଳରେ ଏବେ ଚାଞ୍ଚଲ୍ୟ ସୃଷ୍ଟି କରିଛି । ମଣିଷ ଏମିତି ବି ନିଷ୍ଠୁର ହୋଇପାରେ ବୋଲି ଏବେ ସାଧାରଣରେ ଚର୍ଚ୍ଚା ହେଉଛି । ମିଳିଥିବା ସୂଚନା ଅନୁଯାୟୀ, ମାଡ଼ ମାରି ମହିଳାଙ୍କ ଗର୍ଭ ନଷ୍ଟ କରାଯାଇଛି l ଫତେଗଡ଼ ଥାନା ରାକମା ପଞ୍ଚାୟତ ବାଦିଲୋ ଗାଁର ଜଣେ ଯୁବକଙ୍କୁ କିଛି ଲୋକ ମାଡ଼ ମାରୁଥିଲେ । ପୂର୍ବ ଶତ୍ରୁତାରୁ ଏହି ଆକ୍ରମଣ କରାଯାଇଥିବା ଜଣାପଡ଼ିଛି। ଗାଁ ଦାଣ୍ଡରେ କିଛି ଦୁର୍ବୃତ୍ତ ଯୁବକଙ୍କୁ ମାଡ଼ ମାରୁଥିବା ବେଳେ ତାଙ୍କ ପତ୍ନୀ (ଗର୍ଭବତୀ) ରକ୍ଷା କରିବାକୁ ଆସିଥିଲେ । ହେଲେ ମାଡ଼ ମାରୁଥିବା ଦୁର୍ବୃତ୍ତ ମହିଳାଙ୍କ କଥା ଶୁଣିନଥିଲେ । ମହିଳା ଜଣକ ଯେତେ କାକୁତି ମିନତୀ ହୋଇଥିଲେ ବି ତାଙ୍କ କଥା କେହି ଶୁଣିବାକୁ ନାରାଜ । ଗର୍ଭବତୀଙ୍କ ଆକୁଳ ନିବେଦନ ଶୁଣିବା ତ ଦୂରର କଥା, ଓଲଟା ତାଙ୍କୁ ଆକ୍ରମଣ କରିବାକୁ ମଧ୍ୟ ପଛାଇ ନଥିଲେ । ମହିଳାଙ୍କୁ ଦୁମ୍ ଦାମ ବିଧା ଗୋଇଠା ମାରିବାକୁ ବି ସେମାନେ ଟିକେ କୁଣ୍ଠାବୋଧ କରିନଥିଲେ । ଆଉ ସେମାନଙ୍କ ଆକ୍ରମଣରେ ମହିଳାଙ୍କ ଗର୍ଭ ନଷ୍ଟ ହୋଇଯାଇଥିଲା । ଏନେଇ ନର୍ମଦା ନିଜେ ତାଙ୍କ ସ୍ୱାମୀଙ୍କ ସହ ଯାଇ ଫତେଗଡ଼ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି l ପୋଲିସ ଏହି ଘଟଣାରେ ଜଣକୁ ଅଟକ ରଖିବା ସହ ତଦନ୍ତ ଚଳାଇଛି ।






More Stories
ପାରାଦୀପରେ ହେବ ବ୍ଲୁ ଫ୍ଲାଗ୍ ବିଚ୍…..
୩ ରାଜ୍ୟସଭା ଆସନ ଦଖଲ କରିବ ବିଜେପି….
ସଚିବଙ୍କୁ ଛୁଟି ମନା…..