ରିପୋର୍ଟ କାର୍ଡ / ଜୟପୁର
ଲୁହାପଥର ବୋଝେଇ ମାଲବାହୀ ଟ୍ରେନ୍ ଲାଇନ ଚ୍ୟୁତ। ଶୁକ୍ରବାର ଭୋର ୪ଟା ସମୟରେ କିରଣ୍ଡଲରୁ ବିଶାଖାପାଟଣା ଯାଉଥିବା ବେଳେ ଓଡ଼ିଶା-ଛତିଶଗଡ଼ ବର୍ଡର ଧାନସି ନିକଟରେ ମାଲବାହୀ ଟ୍ରେନ୍ ଲାଇନ ଚ୍ୟୁତ ହୋଇଛି । ଟ୍ରେନ୍ ର ୫ଟି ବଗି ଲାଇନ ଚ୍ୟୁତ ହୋଇଥିବା ଜଣାପଡିଛି । ଟ୍ରେନ୍ ଲାଇନଚ୍ୟୁତ ହେବା ଫଳରେ କିରଣ୍ଡଲଠାରୁ କୋରାପୁଟ ମଧ୍ୟରେ ଟ୍ରେନ୍ ଚଳାଚଳକୁ ବାତିଲ କରିଛି ରେଳ ବିଭାଗ । କିନ୍ତୁ କୋରାପୁଟଠାରୁ ବିଶାଖାପାଟଣା ମଧ୍ୟରେ ଟ୍ରେନ୍ ଚଳାଚଳ ହୋଇପାରିବ ବୋଲି ଜଣାପଡିଛି । ମାଲବାହୀ ଟ୍ରେନଟି କିରଣ୍ଡଲ NMDCରୁ ଲୁହା ପଥର ଧରି ବିଶାଖାପାଟଣା ଯାଉଥିବା ବେଳେ ଘଟିଛି ଅଘଟଣ । ରେଳ ବିଭାଗର ଦୁଇଟି ଟିମ୍ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଛି ।






More Stories
ଓଡ଼ିଶାର ନୂଆ ରାଜ୍ୟପାଳ ବ୍ରଜ ମୋହନ ରାମ…..
ନେତ୍ରୀଙ୍କୁ ଯୌନ ନିର୍ଯାତନା; ହାବିଲ୍ଦାର ଗିରଫ…..
ଡିଏଭି କଳିଙ୍ଗନଗରରେ ଗାନ୍ଧୀ ଓ ଶାସ୍ତ୍ରୀ ଜୟନ୍ତୀ ପାଳିତ….