ରିପୋର୍ଟ କାର୍ଡ / ବେଙ୍ଗାଲୁରୁ
ବଳପୂର୍ବକ ଧର୍ମାନ୍ତୀକରଣ ଉପରେ ରୋକ ଲଗାଇବାକୁ କର୍ଣ୍ଣାଟକା ସରକାର ଆଇନ ପ୍ରଣୟନ କରିବେ। ଏଥିପାଇଁ ଗୋଟିଏ ବିଲ୍ ସରକାର ପ୍ରସ୍ତୁତ କରିଛନ୍ତି। ଉତ୍ତର ପ୍ରଦେଶ ସରକାରଙ୍କ ଢାଞ୍ଚାରେ କର୍ଣ୍ଣାଟକା ସରକାର ଧର୍ମାନ୍ତୀକରଣ ବିଲକୁ ଡ୍ରାଫ୍ଟ କରିଛନ୍ତି। ବିଲରେ ଧର୍ମାନ୍ତୀକରଣ ରୋକିବାକୁ କଠୋର ଦଣ୍ଡର ବ୍ୟବସ୍ଥା କରାଯାଇଛି। ଯଦି କେହି ସାମୂହିକ ଧର୍ମ ପରିବର୍ତ୍ତନ କାର୍ଯ୍ୟରେ ଲିପ୍ତ ଥିବା ଜଣାପଡ଼ିବ, ତା’ହେଲେ ସେମାନଙ୍କୁ ୧୦ ବର୍ଷ ଲେଖାଏ ଜେଲ ଓ ଲକ୍ଷେ ଟଙ୍କାର ଜୋରିମାନା ଦେବାକୁ ପଡ଼ିବ। କର୍ଣ୍ଣାଟକାରେ କ୍ଷମତାସୀନ ବିଜେପି ସରକାର ଚଳିତ ବିଧାନସଭା ଅଧିବେଶନରେ ଏହି ବିଲକୁ ଗୃହରେ ଉପସ୍ଥାପନ କରିବେ ବୋଲି ଜଣାପଡ଼ିଛି। ଡ୍ରାଫ୍ଟ ବିଲ୍ରେ ଆହୁରି କୁହାଯାଇଛି ଯେ ନିଜ ଇଚ୍ଛାରେ ଧର୍ମ ପରିବର୍ତ୍ତନ କରିବାକୁ ଚାହୁଁଥିବା ଲୋକମାନଙ୍କୁ ମାସକ ପୂର୍ବରୁ ନୋଟିସ ଦେବାକୁ ପଡ଼ିବ। ଜିଲ୍ଲା ମାଜିଷ୍ଟ୍ରେଟ କିମ୍ବା ଆଡିସନାଲ ମାଜିଷ୍ଟ୍ରେଟ ରାଙ୍କର ଅଫିସରଙ୍କୁ ହିଁ ଏପରି ନୋଟିସ ଦିଆଯାଇ ପାରିବ। ଅଧିକାରୀ ଜଣଙ୍କ ପୁଲିସ୍ ଦ୍ୱାରା ଏହାର ଯାଞ୍ଚ କରିବେ। ଏହାପରେ ଧର୍ମ ପରିବର୍ତ୍ତନ ପାଇଁ ଅନୁମତି ଦେଇପାରିବେ।






More Stories
ଇରାନ ସହ ଯୁଦ୍ଧ ସମାପ୍ତ କରିବାକୁ ପ୍ରସ୍ତୁତ…..
ସଂକଳ୍ପ ପତ୍ର ପ୍ରକାଶ କଲା ବିଜେପି…..
ବିଜୁ ବାବୁଙ୍କୁ ଟାର୍ଗେଟ୍ କରିନଥିଲି…..