ରିପୋର୍ଟ କାର୍ଡ / ବାଲେଶ୍ଵର
ଭାରତର ପ୍ରତିରକ୍ଷା ବିଭାଗ ପକ୍ଷରୁ ଅଗ୍ନି ପ୍ରାଇମ କ୍ଷେପଣାସ୍ତ୍ର ପରୀକ୍ଷା ସଫଳ ହୋଇଛି । ବାଲେଶ୍ୱର ଚାନ୍ଦିପୁର ପରୀକ୍ଷଣ ସ୍ଥଳରୁ ଶନିବାର ପୂର୍ବାହ୍ନରେ ଏହାର ପରୀକ୍ଷା କରାଯାଇଥିବା ସୂଚନା ମିଳିଛି ସରକାରୀ ସୂତ୍ରରୁ କୁହାଯାଇଛି ଯେ ଅଗ୍ନି ପ୍ରାଇମ ହେଉଛି ଅଗ୍ନି କ୍ଷେପଣାସ୍ତ୍ର ଶ୍ରେଣୀର ଏକ ନୂଆ ପିଢିର ଏବଂ ଉନ୍ନତ ସଂସ୍କରଣ। ଏହାର ଲକ୍ଷ୍ୟଭେଦ କ୍ଷମତା ୧ହଜାରରୁ ୨ହଜାର କିଲୋମିଟର ରହିଛି। ପରମାଣୁ ଯୁଦ୍ଧାସ୍ତ୍ର ବହନ କରିବାକୁ ସମର୍ଥ ଏହି କ୍ଷେପଣାସ୍ତ୍ରରେ ଅନେକ ନୂତନ ବୈଶିଷ୍ଟ୍ୟ ସନ୍ନିବେଶିତ କରାଯାଇଛି। ପରୀକ୍ଷଣ ସମୟରେ ଏହା ଲକ୍ଷ୍ୟସ୍ଥଳକୁ ସଠିକ ଭାବରେ ଭେଦ କରିବା ସହିତ ଏହାକୁ ନେଇ ରଖାଯାଇଥିବା ସମସ୍ତ ଲକ୍ଷ୍ୟ ପୂରଣ କରିବାରେ ସଫଳ ହୋଇଛି।






More Stories
ବିଜେପି ତାଲିକାରେ ଆପ୍ର ୭ ସାଂସଦ…..
ଜନଗଣନା କର୍ମଚାରୀଙ୍କ ସୁରକ୍ଷା ପାଇଁ ଏସ୍ଓପି…..
ରାଜ୍ୟ ସରକାରଙ୍କୁ ଜୋରିମାନା…..