ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଇଲେକ୍ଟ୍ରିକ୍ ସ୍କୁଟରର ବ୍ୟାଟେରୀ ଫାଟି ୬୦ ବର୍ଷିୟ ବୟଷ୍କ ବ୍ୟକ୍ତିଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି | ଏଭଳି ଅଭାବନୀୟ ଘଟଣା ଘଟିଛି ଗୁରୁଗ୍ରାମର ସେକ୍ଟର- ୪୪ରେ। ୪ ଜଣ ଆହତ ହୋଇଥିବା ହୋଇଛନ୍ତି । ତେବେ ସୂଚନା ଅନୁଯାୟୀ ପୋଲିସ୍ ଅଧିକାରୀ କହିଛନ୍ତି ଯେ ସ୍କୁଟରଟି ଏକ ବର୍ଷ ବି ହୋଇନଥିଲା, ସେମାନଙ୍କ କୋଠରୀ ବାହାରେ ପାର୍କିଂ କରାଯାଇ ଭିତରୁ ଚାର୍ଜ କରାଯାଉଥିଲା। କିନ୍ତୁ “ଚାର୍ଜିଂ କରିବା ସମୟରେ ଇଲେକ୍ଟ୍ରିକ୍ ସ୍କୁଟରର ବ୍ୟାଟେରୀ ବିସ୍ଫୋରଣ ହୋଇଥିଲା । ଯାହା ଫଳରେ ଏହି ଭୟାବହ ଅଗ୍ନିକାଣ୍ଡ ଘଟାଇଥିଲା।ଚାର୍ଜ କରିବା ସମୟରେ ଦୁଇ ଚକିଆ ଯାନ ବିସ୍ଫୋରଣ ହୋଇଛି ବୋଲି ପୋଲିସ କହିଛି। ଏହି ଅଗ୍ନିକାଣ୍ଡ ବିସ୍ଫୋରଣରେ ସମୟରେ ପୀଡିତ ସୁରେଶ ଏବଂ ତାଙ୍କ ପତ୍ନୀ , ପୁଅ ମନୋଜ୍ ସାନପୁଅ ସରୋଜ ଓ ଅନୁଜ ପାଖରେ ଶୋଇଥିଲେ । ଯେତେବେଳେ କଠୋରୀ ଭିତରେ ବିସ୍ଫୋରଣ ହେଲା ଠିକ୍ ସେହି ସମୟରେ ତାଙ୍କ କମ୍ବଳରେ ନିଆ ଲଗି ସମଗ୍ର କଠୋରୀକୁ ବ୍ୟାପିଗଲା । ଯେଉଁଥି ପାଇଁ ପୁରା ପରିବାର ଫସି ଯାଇଥିଲେ । ଆଖ ପାଖରେ ଥିବା ପଡୋଶୀ ସେମାନଙ୍କ ଉଦ୍ଧାର କରିବାକୁ ଚେଷ୍ଟା କରିଥିଲେ। ସେମାନେ ତୁରନ୍ତ ଅଗ୍ନିଶମ ବିଭାଗ ଓ ପୋଲିସ୍କୁ ସୂଚନା ଦେଇଥିଲେ। ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କରିବା ସହ ଡାକ୍ତରଖାନରେ ଭର୍ତ୍ତି କରାଯାଇଛି ।






More Stories
ଶରିଫ ଉସମାନଙ୍କ ହତ୍ୟା ପଛରେ ୟୁନୁସଙ୍କ ହାତ ଅଭିଯୋଗ……
ବଳାତ୍କାରୀଙ୍କୁ ଜାମିନ,ପୀଡ଼ିତାଙ୍କ ସହ ଅପରାଧୀ ଭଳି ବ୍ୟବହାର…..
ସାନ୍ତାଳୀ ଭାଷାରେ ସମ୍ବିଧାନ ପ୍ରକାଶ…..