ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ପ୍ରସିଦ୍ଧ ରାପର୍ ଡ୍ରାକେଓ ଦି ରୁଲେରଙ୍କୁ ଛୁରୀ ଭୁସି ହତ୍ୟା କରାଯାଇଛି । ଆମେରିକାର ଲସ୍ ଆଞ୍ଜେଲସରେ ଓ୍ବାନସ୍ ଅପନ୍ ଏ ଟାଇମ୍ ଫେଷ୍ଟିଭାଲ୍ କନ୍ସର୍ଟ ଚାଲୁଥିବା ବେଳେ ପଛ ମଞ୍ଚ ଉପରେ ହିଁ କିଛିଲୋକ ତାଙ୍କୁ ଛୁରୀ ଭୁସି ଦେଇଥିଲେ। ଗୁରୁତର ଅବସ୍ଥାରେ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲେ ହେଁ, ଡାକ୍ତର ତାଙ୍କୁ ମୃତ ବୋଲି ଘୋଷଣା କରିଥିଲେ। ଲସ୍ ଆଞ୍ଜେଲସ ପୁଲିସର କହିବାନୁସାରେ, ଦୁର୍ବୃ୍ତ୍ତଙ୍କ ଛୁରାମାଡ଼ ପରେ ରାପର୍ ଡ୍ରାକେଓ ଦି ରୁଲେରଙ୍କ ବେକରେ ଗଭୀର କ୍ଷତ ଲାଗିଥିଲା। ଶରୀରରୁ ପ୍ରବଳ ରକ୍ତସ୍ରାବ ଯୋଗୁଁ ତାଙ୍କର ମୃତ୍ୟୁ ଘଟିଥିବା କୁହାଯାଉଛି। ଛୁରାମାଡ଼ ପରେ ସଙ୍ଗେସଙ୍ଗେ ପୁରା ସୋକୁ ବନ୍ଦ କରିଦିଆଯାଇଥିଲା। ଛୁରାମାଡ଼ ହେବାପରେ ଭିତରେ ଉପସ୍ଥିତ ଥିବା ଲୋକେ ଭୟରେ ଏଣେ ତେଣେ ଦୌଡ଼ି ଚାଲି ଯାଇଥିଲେ। ଏହି ଠେଲାପେଲାରେ ଅନେକ ଦର୍ଶକ ବି ଆହତ ହୋଇଥିବା ସୂଚନା ରହିଛି। କନ୍ସର୍ଟର ଏକ ଭିଡିଓ ମଧ୍ୟ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଲସ୍ ଆଞ୍ଜେଲସରେ ପ୍ରତିବର୍ଷ ଅନୁଷ୍ଠିତ ହେଉଥିବା ଏହି ଲୋକପ୍ରିୟ ସୋରେ ଅନେକ ବଡ ବଡ ସେଲିବ୍ରିଟିମାନଙ୍କୁ ଦେଖିବାକୁ ମିଳିଥାଏ।






More Stories
ଆଜି ଦେଶବ୍ୟାପି ୬ଘଣ୍ଟିଆ ଧର୍ମଘଟ……
୩୦ ସପ୍ତାହର ଗର୍ଭପାତ ପାଇଁ ଅନୁମତି ଦେଲେ ସୁପ୍ରିମକୋର୍ଟ……
ନମାଜ ସମୟରେ ବିସ୍ଫୋରଣ,୧୦ ମୃତ୍ୟୁ…..