ରିପୋର୍ଟ କାର୍ଡ / ଭୁବନେଶ୍ୱର
ମନ୍ତ୍ରୀ ପ୍ରତାପ ଜେନାଙ୍କ ଗାଡ଼ିକୁ ଅଣ୍ଡାମାଡ଼ ହୋଇଛି । କେନ୍ଦ୍ରାପଡ଼ା ଆଳି ବାଳକାଟି ବଜାରରେ କଂଗ୍ରେସ କର୍ମୀ ଅଣ୍ଡାମାଡ଼ କରିବା ସହିତ କଳାପତାକା ମଧ୍ୟ ପ୍ରଦର୍ଶନ କରିଛନ୍ତି। ଉନ୍ନୟନମୂଳକ କାର୍ଯ୍ୟର ଉଦଘାଟନ ସମାରୋହକୁ ମନ୍ତ୍ରୀ ଯାଉଥିବା ବେଳେ କଂଗ୍ରେସ କର୍ମୀମାନେ ଅଣ୍ଡାମାଡ଼ କରିଛନ୍ତି। କେବଳ ପ୍ରତାପଙ୍କୁ ନୁହେଁ ବରଂ ଅନେକ ସମୟରେ ବିଜେଡି ନେତା ଓ ମନ୍ତ୍ରୀଙ୍କୁ ଅଣ୍ଡାମାଡ଼ ହେଉଥିବାର ଘଟଣା ସାମ୍ନାକୁ ଆସୁଛି | ଏହାପୂର୍ବରୁ ସାଲେପୁରରେ ୧୩ ତାରିଖ ଦିନ ମନ୍ତ୍ରୀଙ୍କ ଉପରକୁ ଚପଲ ମାଡ଼ ହୋଇଥିଲା। ମଞ୍ଚ ଉପରେ ଚେୟାରରେ ବସିଥିବା ବେଳେ ମନ୍ତ୍ରୀ ପ୍ରତାପ ଜେନାଙ୍କ ଉପରକୁ ଚପଲ ଫିଙ୍ଗିଥିଲେ ଯୁବକ। ତା’ବି ପୁଣି ନିଜ ନିର୍ବାଚନମଣ୍ଡଳୀରେ। ମନ୍ତ୍ରୀ ପ୍ରତାପ ଜେନାଙ୍କ ନିଜ ନିର୍ବାଚନମଣ୍ଡଳୀ ମାହାଙ୍ଗାରେ ଏକ କାର୍ଯ୍ୟକ୍ରମରେ ମନ୍ତ୍ରୀଙ୍କ ଉପରକୁ ଚପଲ ଫିଙ୍ଗା ଯିବା ଦୃଶ୍ୟ ଏବେ ସୋସିଆଲ୍ ମିଡିଆରେ ଭାଇରାଲ୍ ହୋଇଥିଲା। ସୂଚନା ଅନୁସାରେ ୧୨ ତାରିଖ ସନ୍ଧ୍ୟାରେ ମନ୍ତ୍ରୀ ପ୍ରତାପ ଜେନା ମହାଙ୍ଗାର ଏରକଣାରେ ଆୟୋଜିତ ରାଜ୍ୟସ୍ତରୀୟ ଶରତ ଉତ୍ସବ କାର୍ଯ୍ୟକ୍ରମରେ ଅତିଥି ଭାବେ ଯୋଗ ଦେଇଥିଲେ। ଏହି ସମୟରେ ମନ୍ତ୍ରୀ ମଞ୍ଚ ଉପରେ ଚେୟାରରେ ବସି ଥିବାବେଳେ କାର୍ଯ୍ୟକ୍ରମରେ ଉପସ୍ଥିତ ଥିବା ଲୋକମାନଙ୍କ ଭିଡ଼ ଭିତରୁ କେହି ଜଣେ ମନ୍ତ୍ରୀଙ୍କୁ ଲକ୍ଷ୍ୟ କରି ଚପଲ ଫିଙ୍ଗିଥିବା ଦେଖିବାକୁ ମିଳିଥିଲା। ତେବେ ଚପଲଟି ମନ୍ତ୍ରୀଙ୍କ ଦେହରେ ନବାଜି ତାଙ୍କ ସୁରକ୍ଷା କର୍ମୀଙ୍କ ଦେହରେ ବାଜିଥିଲା। ଯାହାର ଦୃଶ୍ୟ ସୋସିଆଲ ମିଡିଆରେ ଭାଇରାଲ୍ ହେବାରେ ଲାଗିଛି।






More Stories
ରାଜ୍ୟ ସଭା ଉପ-ନିର୍ବାଚନ ବିଜ୍ଞପ୍ତି ପ୍ରକାଶ…..
ରାଜଧାନୀରେ ବୁଲିଲା ଖଣ୍ଡା…..
ଘରୋଇ ବସ୍ ମାଲିକ ସଂଘର ଚେତାବନୀ…..