Report Card Odisha

| Daily Odia News

ଆବାସ ଯୋଜନା ଉପରେ ବଡ ଘୋଷଣା କଲେ ରାଜ୍ୟ ସରକାର……

ରିପୋର୍ଟ କାର୍ଡ / ଭୁବନେଶ୍ବର

ଆଗକୁ ପଞ୍ଚାୟତ ନିର୍ବାଚନ ରହିଛି । ଏହାକୁ ଦୃଷ୍ଟିରେ ରଖି ଶାସକ ବିଜୁ ଜନତା ଦଳ ଭୋଟରଙ୍କୁ ଆକର୍ଷିତ କରିବା ପାଇଁ ଜୋରଦାର ଲାଗିପଡିଛନ୍ତି | ବିଭିନ୍ନ ଯୋଜନା କାର୍ଯ୍ୟକାରୀ କରିବା ସହିତ ଅନେକ ପ୍ରକଳ୍ପ ଭେଟି ଦେଉଛନ୍ତି | ଜିଲ୍ଲା ଜିଲ୍ଲା ବୁଲି ମୁଖ୍ୟମନ୍ତ୍ରୀ ବିଜୁ ସ୍ଵାସ୍ଥ୍ୟ କଲ୍ୟାଣର ସ୍ମାର୍ଟ କାର୍ଡ ବାଣ୍ଟିବା ପରେ ଏବେ ରାଜ୍ୟ ସରକାର ବଡ ଘୋଷଣା କରିଛନ୍ତି। ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆବାସ ଯୋଜନା ଉପରେ ବଡ ଘୋଷଣା କରିଛନ୍ତି। ଘର ମରାମତି ପାଇଁ ମିଳିବ ସହାୟତା। ବିଜୁ ପକ୍କା ଘର ପାଇଥିବା ହିତାଧିକାରୀଙ୍କୁ ମରାମତି ଖର୍ଚ୍ଚ ମିଳିବ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଘୋଷଣା କରିଛନ୍ତି। ଘର ମରାମତି ପାଇଁ ହିତାଧିକାରୀଙ୍କୁ ମିଳିବ ୩ ହଜାର ଟଙ୍କା। ବିଜୁ ପକ୍କା ଘର, ନିର୍ମାଣ ଶ୍ରମିକ ପକ୍କା ଘର ହିତାଧିକାରୀଙ୍କୁ ଏହି ସହାୟତା ମିଳିବ। ଖଣି ଅଞ୍ଚଳ ପକ୍କା ଘର ଯୋଜନା ହିତାଧିକାରୀଙ୍କୁ ବି ଏହି ସହାୟତା ମିଳିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି | କେନ୍ଦ୍ରୀୟ ଯୋଜନାରେ ଘର ପାଇବାରୁ ବଞ୍ଚିତ ଲୋକଙ୍କୁ ଏହି ସହାୟତା ମିଳିବ । କେନ୍ଦ୍ରୀୟ ଯୋଜନାରୁ ବଞ୍ଚିତ ଲୋକଙ୍କୁ ଘର ମରାମତି ପାଇଁ ୫ ହଜାର ଟଙ୍କା ମିଳିବ। ଉଭୟ ସହାୟତା ରାଶି ହିତାଧିକାରୀଙ୍କ ବ୍ୟାଙ୍କ ଆକାଉଣ୍ଟକୁ ଯିବ। ୩୦ ଲକ୍ଷ ପରିବାର ଉପକୃତ ହେବେ। ଏନେଇ ୧୪୪୪ କୋଟି ଖର୍ଚ୍ଚ ହେବ। ଏନେଇ ଆଜି କ୍ୟାବିନେଟରେ ନିଷ୍ପତ୍ତି ହୋଇଥିବା ମୁଖ୍ୟମନ୍ତ୍ରୀ ସୂଚନା ଦେଇଛନ୍ତି।

Breaking News