Report Card Odisha

| Daily Odia News

ଆଇପିଏସ ସ୍ତରରେ ଅଦଳ ବଦଳ…..

ରିପୋର୍ଟ କାର୍ଡ / ଭୁବନେଶ୍ୱର

ଆଜି ଆଇପିଏସ ସ୍ତରରେ ଅଦଳ ବଦଳ କରିଛନ୍ତି ରାଜ୍ୟ ସରକାର । ନୀତି ଶେଖରଙ୍କୁ ଅତିରିକ୍ତ ପୋଲିସ କମିଶନର ଦାୟିତ୍ୱ ପ୍ରଦାନ କରାଯାଇଛି । ୨୦୦୭ ବ୍ୟାଚର ଆଇପିଏସ ଅଫିସର ନୀତି ଶେଖରଙ୍କୁ କଟକ-ଭୁବନେଶ୍ୱରର ଅତିରିକ୍ତ କମିଶନର ଭାବରେ ଦାୟିତ୍ୱ ପ୍ରଦାନ କରାଯାଇଛି । ପୂର୍ବରୁ ଅତିରିକ୍ତ କମିଶନର ରହିଥିବା ରେଖା ଲୋହାନୀଙ୍କୁ ମଧ୍ୟ ବଦଳି କରାଯାଇଛି । ମହିଳା ଶିଶୁ ଅପରାଧୀ ୱିଙ୍ଗର ଅତିରିକ୍ତ ପୋଲିସ କମିଶନର ଭାବରେ ଲୋହାନୀଙ୍କ ବଦଳି କରାଯାଇଛି । ନୀତି ଶେଖରଙ୍କ ପରି ଲୋହାନୀ ମଧ୍ୟ ୨୦୦୭ ବ୍ୟାଚର ଆଇପିଏସ ଥିଲେ । ଗତକାଲି ରାଜ୍ୟ ସରକାରଙ୍କ ପକ୍ଷରୁ ୪ ଜଣ ଆଇପିଏସ ଅଧିକାରୀଙ୍କୁ ଏଡିଜି ପାହ୍ୟାକୁ ପଦୋନ୍ନତି ଦିଆଯାଇଥିଲା । ଉଲ୍ଲେଖ ଯୋଗ୍ୟ-ଗତକାଲି ରେଖା ଲୋହାନୀଙ୍କ ସହିତ ଆଉ ୩ ଆଇପିଏସ୍‌ ଅଫିସର- କାରାଗାର ଆଇଜି ଦୀପ୍ତେଶ ପଟ୍ଟନାୟକ, ଭିଜିଲାନ୍ସ ଆଇଜି ଅସିତ କୁମାର ପାଣିଗ୍ରାହୀ ଓ ମୁଖ୍ୟମନ୍ତ୍ରୀଙ୍କ ସ୍ୱତନ୍ତ୍ର ସଚିବ ଡି ଏସ୍‌ କୁଟ୍ଟେଙ୍କୁ ଏଡିଜି ପାହ୍ୟାକୁ ପଦୋନ୍ନତି ମିଳିଥିଲା। ସେମାନଙ୍କୁ ନିଜ ନିଜ ପଦବୀରେ ରହି କାର୍ଯ୍ୟ କରିବାକୁ କୁହାଯାଇଥିଲା। ତେବେ ଆଜି ରେଖା ଲୋହାନୀଙ୍କୁ ବଦଳି କରାଯାଇଛି। ଏହା ପୂର୍ବରୁ ୨୯ ତାରିଖରେ ୬ ଆଇପିଏସ୍ ଅଧିକାରୀଙ୍କୁ ପଦୋନ୍ନତି ମିଳିଥିଲା। ୨୦୦୪ ବ୍ୟାଚର ଆଇପିଏସ୍ ଅଧିକାରୀ ଦୀପକ କୁମାର, ଆଶିଷ ସିଂହ ଓ ସତ୍ୟବ୍ରତ ଭୋଇ ଆଇଜି ପାହ୍ୟାକୁ ଉଠିଥିବା ବେଳେ ୨୦୦୮ ବ୍ୟାଚର ଆଇପିଏସ୍‌ ଅଫିସର ଉମାଶଙ୍କର ଦାଶ, ଆର୍.ପ୍ରକାଶ ଏବଂ ସତ୍ୟଜିତ ନାୟକ ଡିଆଇଜି ଭାବେ ପଦୋନ୍ନତି ପାଇଛନ୍ତି।

 

 

Breaking News