ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ସମାଜରେ ଅସାମାଜିକ ଲୋକଙ୍କ ପାଇଁ ଅପରାଧର ଧାରା ବଢ଼ିବାରେ ଲାଗିଛି । ଏଭଳି ଏକ ଘଟଣା ସାମ୍ନାକୁ ଆସିଛି ଯାହାକୁ ଶୁଣି ଆପଣ ଆଶ୍ଚର୍ଯ୍ୟ ହୋଇଯିବେ । ୟୁପିର ଗାଜିଆବାଦ୍ ରେ ଜଣେ ବ୍ୟକ୍ତି ଗୋଟିଏ କୁକୁର ସହିତ ଦୁଷ୍କର୍ମ କରିଛି । ଏନେଇ ମାମଲା ରୁଜୁ ହୋଇଛି । ତେବେ ଏହି ଘଟଣାର ଏକ ଭିଡିଓ ଭାଇରାଲ୍ ହେଉଛି । ଯେଉଁଥିରେ ଜଣେ ୬୦ ବର୍ଷର ବୟସ୍କ ଶ୍ୱଶୁର କୁକୁର ସହିତ ଖରାପ କାମ କରୁଛନ୍ତି । କୁକୁରର ଶୋଷଣ କରିବା ସମୟର ଭିଡିଓ ଉତ୍ତୋନଳ କରିଛନ୍ତି ଅଭିଯୁକ୍ତଙ୍କ ବୋହୁ । ତେବେ ବୋହୁ ଯେତେବେଳେ କୁକୁର ସହିତ ଖରାପ କାମ କରିବାର ଭିଡିଓ ରେକର୍ଡ କରୁଥିଲେ ସେ ସମୟରେ ଶ୍ୱଶୁର ଦେଖି ନେଇଥିଲେ । ସେହି ଅବସ୍ଥାରେ ବୋହୁ ଠାରୁ ମୋବାଇଲ୍ ଛଡ଼ାଇବାକୁ ଚେଷ୍ଟା କରିଥିଲେ ଓ ତାଙ୍କୁ ମାଡ଼ ମଧ୍ୟ ମାରିଥିଲେ । ଅନ୍ୟପଟେ ଏହି ସମୟର ଭିଡିଓ ଏବେ ସୋସିଆଲ୍ ମିଡିଆରେ ଘୁରି ବୁଲୁଛି । କିନ୍ତୁ ବୋହୁ ମାରପିଟ୍ ମଝିରେ ପିପୁଲ ଫର୍ ଆନିମଲ୍ ନାମକ ଏକ ପଶୁ ପ୍ରେମୀ ସଂସ୍ଥାକୁ ଏ ସମ୍ପର୍କରେ ଜଣାଇଥିଲେ । ଏହାପରେ ସଂସ୍ଥାର ଅଧିକାରୀ ମାନେ ତତ୍ପରତା ପ୍ରକାଶ କରି ଏହି ମାମଲା ପୋଲିସ୍ ପାଖରେ ପହଞ୍ଚାଇଥିଲେ । ଅଭିଯୋଗ କ୍ରମେ ପୋଲିସ୍ ଅଭିଯୁକ୍ତ ଶ୍ୱଶୁରକୁ ଗିରଫ କରିଥିଲା । ତେବେ ସ୍ଥାନୀୟ ଲୋକାଙ୍କ କହିବା ଅନୁସାରେ, ଅଭିଯୁକ୍ତ ଆଗରୁ ମଧ୍ୟ ଏପରି ଖରାପ କାମ କରିସାରିଛି । ପୋଲିସ୍ ଅଭିଯୁକ୍ତକୁ ଗିରଫ କରି ଆଇପିସି ଧାରା ୩୭୭ ଅଧୀନରେ ମାମଲା ରୁଜୁ କରିଛି ।
More Stories
ନେତାନ୍ୟାହୁ ଙ୍କ ବିରୋଧରେ ଗିରଫ ପରୱାନା ଜାରି…..
କେନିଆରେ ରଦ୍ଦ ହେଲା ଆଦାନୀ ପ୍ରକଳ୍ପ…..
ଯୁକ୍ତ ୨ ରେ ୧୦୦ ରୁ ୨୪ ରଖିଲେ ପାସ୍….