Report Card Odisha

| Daily Odia News

ଆଜି ରାଷ୍ଟ୍ରୀୟ ଯୁବ ଦିବସ…..

ରିପୋର୍ଟ କାର୍ଡ / ଭୁବନେଶ୍ୱର

ଆଜି ଦେଶଭକ୍ତ ସନ୍ୟାସୀ ଭାବେ ପରିଚିତ ସ୍ବାମୀ ବିବେକାନନ୍ଦ ଜନ୍ମ ଜୟନ୍ତୀ | ୧୮୬୩ ମସିହା ଜାନୁୟାରୀ ୧୨ରେ ଜନ୍ମଗ୍ରହଣ କରିଥିଲେ। ବିବେକାନନ୍ଦଙ୍କ ଜନ୍ମଦିନକୁ ରାଷ୍ଟ୍ରୀୟ ଯୁବ ଦିବସ ଭାବେ ପାଳନ କରାଯାଉଛି। ବଙ୍ଗାଳୀ କାୟସ୍ଥ ପରିବାରରେ ଜନ୍ମଲାଭ କରିଥିବା ବିବେକାନନ୍ଦଙ୍କ ଗୁରୁ ଥିଲେ ରାମକୃଷ୍ଣ ପରମହଂସ । ରାମକୃଷ୍ଣ ମିଶନ ଓ ରାମକୃଷ୍ଣ ମଠକୁ ସେ ପ୍ରତିଷ୍ଠା କରିଥିଲେ। ସମଗ୍ର ବିଶ୍ବରେ ଲୋକପ୍ରିୟ ହୋଇଥିବା ଯୁବ ସନ୍ୟାସୀ ବିବେକାନନ୍ଦ ସାଧାରଣଲୋକଙ୍କୁ ବିଭିନ୍ନ କାହାଣୀ ମାଧ୍ୟମରେ ଉପଦେଶ ଦେଉଥିଲେ। ନାରୀଜାତିକୁ ଅନନ୍ୟ ସମ୍ମାନ ଦେଉଥିବା ବିବେକାନନ୍ଦ ଏକ କାର୍ଯ୍ୟକ୍ରମରେ ଭାଗ ନେବା ପାଇଁ ଇଉରୋପ ଗସ୍ତ କରିଥିଲେ। ସମାରୋହରେ ବିଭିନ୍ନ ବର୍ଗର ଲୋକଙ୍କ ସହ ସେ ଆଲୋଚନା କଲେ। ଜଣେ ସୁନ୍ଦରୀ ବିଦେଶିନୀ ମଧ୍ୟ ସେଠି ଉପସ୍ଥିତ ଥିଲେ। ସ୍ବାମୀ ବିବେକାନନ୍ଦଙ୍କ କଥାରେ ଅନୁପ୍ରାଣିତ ହୋଇ ସେ ସର୍ବସମ୍ମୁଖରେ ବିଚିତ୍ର କଥାଟେ କହିଲେ। ବିଦେଶିନୀ କହିଲେ, ସ୍ବାମିଜୀ..ମୋତେ ବିବାହ କରନ୍ତୁ। ଆମ ଔରସରୁ ପୁତ୍ର ସନ୍ତାନଟେ ଜନ୍ମ ଲାଭ କରୁ, ଆମ ସନ୍ତାନ ଆପଣଙ୍କ ସମସ୍ତ ଗୁଣର ଅଧିକାରୀ ହେଉ, ଏହା ହିଁ ମୋର କାମନା। ଉପସ୍ଥିତ ସବୁ ଲୋକ ନିରବ। ସ୍ବାମିଜୀ ଏହା ଶୁଣି କହିଲେ, ମା’…ମୁଁ ଜଣେ ସନ୍ୟାସୀ। ବିବାହ କରିପାରିବିନି। ଆପଣ ଗୋଟିଏ କାମ କଲେ ମନସ୍କାମନା ପୂର୍ଣ୍ଣ ହେବ ନିଶ୍ଚୟ। ବେଶ୍ ଆଗ୍ରହରେ ମହିଳାଜଣକ କହିଲେ, କ’ଣ କରିବି କୁହନ୍ତୁ ତ। ବିବେକାନନ୍ଦ କହିଲେ, ମୋତେ ପୋଷ୍ୟ ପୁତ୍ର ଭାବେ ଗ୍ରହଣ କରନ୍ତୁ। ଆପଣଙ୍କୁ ପୁଅଟେ ମିଳିଯିବ ଓ ମୋତେ ମା’ର ସ୍ନେହ ମଧ୍ୟ ମିଳିବ। ବିଦେଶିନୀ ଏହି କଥା ଶୁଣି ସ୍ବାମିଜୀଙ୍କ ପାଦ ତଳେ ବସି କାନ୍ଦିପକାଇ କହିଥିଲେ, ଆପଣ ଈଶ୍ବର ସମ। ଏହିଭଳି ବିଭିନ୍ନ ଶିକ୍ଷଣୀୟ କଥା କହି ସ୍ବାମୀ ବିବେକାନନ୍ଦ ତାଙ୍କ ଶିଷ୍ୟଙ୍କୁ ଉଚିତ୍ ମାର୍ଗଦର୍ଶନ କରାଉଥିଲେ।

 

Breaking News